ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ସମାରୋହ-୨୦୨୩ ଧୂମଧାମରେ ପାଳିତ

ମୟୂରଭଞ୍ଜ -୧/୪ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁରରେ ଉପଖଣ୍ଡ ସୂଚନ ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ୮୮ ତମ ଓଡ଼ିଶା ଦିବସ ସମାରୋହ -୨୦୨୩ ଧୂମଧାମରେ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ମୋର ୪.୩୦ ରେ ଡ଼ାକବାଜି ଯନ୍ତ୍ର ଦ୍ବାରା ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା ।

ପରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ନେତୃତ୍ୱରେ ରାଇରଙ୍ଗପୁର ସହରରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ବରପୁତ୍ର କୂଳବୃଦ୍ଧ ମଧୁସୂଦନ ଦାସ,ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ,ସୁନାରାମ ସୋରେନ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଗୋପବନ୍ଧୁ ଦାସ,ନେତାଜୀ ସୁବାଷ ଚନ୍ଦ୍ର ବୋଷ,କବିବର ରାଧାନାଥ ରାୟ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଶ୍ୟାମାପ୍ରସାଦ ମୁଖାର୍ଜୀ,ଜାତିର ପିତା ମହାତ୍ମା ଗାନ୍ଧୀ,ଶହୀଦ ନୁଦୁରାମ ସୋରେନ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧା ସୁମନ ଜଣାଯାଇଥିଲା ।ପରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଦିବସ ଉପଲକ୍ଷେ ଏକ ସଭା ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ,ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ରାଇରଙ୍ଗପୁର ତହସିଲଦାର ଚିତ୍ତରଞ୍ଜନ ମହାନ୍ତ,ବିଡ଼ିଓ ଶ୍ରୀ ସାଗର ମୁର୍ମୁ,ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ, ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ ରସାନନ୍ଦ ଲେଙ୍କା, ଶିକ୍ଷାବିତ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରାଇରଙ୍ଗପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।ପ୍ରାରମ୍ଭରେ ଅତିଥିବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବ୍ୟାସକବି ଫକୀରମୋହନ ସେନାପତି, ମୟୂରଭଞ୍ଜ ପ୍ରାକ୍ତନ ରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ,ପାରଳା ରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳମଣି ଗୋପବନ୍ଧୁ ଦାସ , ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ପରେ ନବ ଓଡ଼ିଶାର ନିର୍ମାତା ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମଧୁସୁଦନ ଦାସ, ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି,ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ, ବାସୁଦେବ ସୁଢଳ, ନୀଳକଣ୍ଠ ଦାସ, ଶ୍ରୀରାମଚନ୍ଦ୍ର ଭଂଜଦେଓ, ସ୍ବଭାବ କବି ଗଙ୍ଗାଧର ମେହର, ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବ, ଯେଉଁମାନଙ୍କ,ତ୍ୟାଗ, ବଳିଦାନ,ଦୁର୍ବାର ଆନ୍ଦୋଳନ,ଗଣସଚେତନତା,ନିରଵର୍ଛିନ୍ନ ସାଧନା ଲୁହ ଓ ଲହୁରେ ଦିର୍ଘ ୩୦ ବର୍ଷ ୧୯୦୩ ରୁ ୧୯୩୬ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବିନା ରକ୍ତପାତରେ ଦୁର୍ବାର ଆନ୍ଦୋଳନ ଯୋଗୁଁ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ମାନ୍ୟତା ପାଇଥିଲା ।ସେହି ସମୟର ସେହି ଦିବଂଗତ ଯୋଗଜନ୍ମା ମହାପୁରୁଷମାନେ ଆଜି ମରି ବି ଅମର । ସେମାନେ ଗଢିଥିବା ସୁନେଲି ଓଡ଼ିଶାକୁ ଆମେ ଆହୁରି ସଶକ୍ତ,ଉନ୍ନତ , ବିକଶିତ ଓଡ଼ିଶା ପ୍ରଦେଶ ପାଇଁ ଆପ୍ରାଣ ଚେଷ୍ଟାକଲେ ସେମାନଙ୍କର ସ୍ବପ୍ନର ଓଡ଼ିଶା ସାକାର ହୋଇପାରିବ ବୋଲି ଅତିଥିଙ୍କ ସମେତ ଵହୁମାନ୍ଯଗଣ୍ଯ ବ୍ୟକ୍ତି ବକ୍ତବ୍ୟ ରଖିଥିଲେ । ପରେ ଉତ୍କଳ ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଫୁଲ୍ଲ ସାହୁ , ହରିଶ ଚନ୍ଦ୍ର ମହାପାତ୍ର ଏବଂ ସଂଗ୍ରାମ ବିଶ୍ଵାଳ,ଜ୍ୟୋତିଷ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

masiha

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା

masiha

ବରାଡ଼ଙ୍ଗା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!