ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

ବ୍ରହ୍ମପୁର, ତା ୧୦/୦୪ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି । ଏହି କ୍ରମରେ କମ୍ପାନୀ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପାୱାର ସବ୍-ଷ୍ଟେସନ (ପିଏସ୍ଏସ୍) ରେ ସ୍ଥାପନ କରାଯାଇଛି । ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ, ଭବିଷ୍ୟତ ପ୍ରସ୍ତୁତ ଏବଂ ସ୍ଥିର ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଥିବା ପ୍ରତିବଦ୍ଧତାକୁ ଏହି ଅଭିନବ ପଦକ୍ଷେପ ଦର୍ଶାଉଛି ।    

ସହରାଞ୍ଚଳ, ସରକାରୀ ପ୍ରତିଷ୍ଠାନ ଏବଂ ଉଦୀୟମାନ ବାଣିଜ୍ୟିକ କାର୍ଯ୍ୟକଳାପର ମିଶ୍ରଣ ସହିତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଜିଲ୍ଲା ମୁଖ୍ୟାଳୟ ଭାବେ ରାୟଗଡ଼ା ଏହି ଅଞ୍ଚଳରେ ଏକ ରଣନୈତିକ ଗୁରୁତ୍ୱ ବହନ କରେ । ଏଥିସହିତ ଏହା ମଧ୍ୟ ଜନଜାତି ଏବଂ ଗ୍ରାମାଞ୍ଚଳ ପାଇଁ ଏକ ପ୍ରମୁଖ ପ୍ରାଶାସନିକ ଓ ସଂଯୋଗ କେନ୍ଦ୍ର ଭାବରେ ସେବା ଯୋଗାଇଥାଏ । ଶାସନ, ଜନସେବା, ସ୍ଥାନୀୟ ବ୍ୟବସାୟ ଏବଂ ସାମଗ୍ରିକ ଭାବରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏହି ଅଞ୍ଚଳରେ ଦୃଢ଼ ତଥା ସ୍ଥିର ଓ ଭରସାଯୋଗ୍ୟ ବିଜୁଳି ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସହରର ବର୍ଦ୍ଧିତ ବିଜୁଳି ଚାହିଦାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ କରାଯାଇଛି । ଏହି ଉନ୍ନତିକରଣ ଫଳରେ ଓଭରଲୋଡିଂ ସମସ୍ୟା ଦୂରୀଭୂତ ହେବ । ଏଥିସହିତ ବିଦ୍ୟୁତ ସଂସ୍ଥାପନର କ୍ଷମତା ବୃଦ୍ଧି ପାଇବା ସହିତ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି ।

ନୂତନ ଭାବରେ ସ୍ଥାପନ ହୋଇଥିବା ଏହି ଟ୍ରାନ୍ସଫର୍ମର ବର୍ତ୍ତମାନ ୧୧କେଭି ଟାଉନ – ୩ ଫିଡରକୁ ବିଦ୍ୟୁତ ଯୋଗାଣ କରିବ । ଫଳତଃ ଏହି ଉନ୍ନତିକରଣ ଯୋଗୁଁ ବହୁ ଘରୋଇ ଉପଭୋକ୍ତା, ସରକାରୀ କାର୍ଯ୍ୟାଳୟ ସମେତ ପ୍ରମୁଖ ଜିଲ୍ଲା ପ୍ରଶାସନର ସୁବିଧା ମିଳୁଥିବା ଅଞ୍ଚଳ ସହିତ ପ୍ରାୟ ୮,୦୦୦ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି । ଏଥିସହିତ ନୂତନ ୩୩କେଭି ଏବଂ ୧୧କେଭି ଲାଇନ ସଂଯୋଗ ଯୋଗୁଁ ପୁରୁଣା ଭିତ୍ତିଭୂମି ଉପରେ ଥିବା ଲୋଡ୍ ହ୍ରାସ ପାଇବ ଏଥିସହିତ ବିଦ୍ୟୁତ ପରିଚାଳନା ଅଧିକ ସୁଗମ ଓ ଦକ୍ଷତାର ସହିତ ହୋଇପାରିବ ।        

ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ସବଷ୍ଟେସନରେ ଏକ ୩୩ କେଭି ରିଙ୍ଗ ମେନ୍ ୟୁନିଟ୍ (ଆରଏମୟୁ) ମଧ୍ୟ ସ୍ଥାପନ ହୋଇଛି । ଯାହା ଏକ ଦ୍ୱୈତ ଉତ୍ସକୁ ସମର୍ଥନ କରେ ଏଥିସହିତ ଜରୁରୀକାଳୀନ ସମୟରେ ଓ ଫିଡରରେ କୌଣସି ତୃଟି ହେଲେ ମଧ୍ୟ ବିଦ୍ୟୁତ ଯୋଗାଣ ଦିଗରେ ସ୍ଥିରତା ଆଣିବାରେ ସହାୟକ ହେବ । 

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଦିଗରେ ଟିପିଏସ୍ଓଡିଏଲ୍ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ । ଉପଭୋକ୍ତାମାନେ ଏହି ଉନ୍ନତୀକରଣ ପରେ ବିଦ୍ୟୁତ ଯୋଗାଣରେ କମ୍ ବାଧା, ଉନ୍ନତ ଭୋଲ୍ଟେଜ ସ୍ଥିରତା ଏବଂ ସାମଗ୍ରିକ ସେବା ପାଇବାରେ ସମର୍ଥ ହେବେ । ଯାହା ସହରର ଅଭିବୃଦ୍ଧି ଓ ବିକାଶକୁ ବଳ ଯୋଗାଇବ । 

ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସମଗ୍ର ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ । ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ ହୋଇଥିବା ଏହି ନୂତନ ଟ୍ରାନ୍ସଫର୍ମର ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ । ଏହା ରାୟଗଡ଼ାର ଲୋକଙ୍କୁ ବିଶେଷ ଭାବରେ ଉପକାର ପ୍ରଦାନ କରିବା ସହିତ ଜିଲ୍ଲାର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରା କରିବ” । ଟିପିଏସ୍ଓଡିଏଲ୍ ନିରନ୍ତର ଭିତ୍ତିଭୂମିର ଉନ୍ନତିକରଣ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରି ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ପ୍ରତିବଦ୍ଧ ।

Related posts

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

masiha

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

ବଣି ଜରାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦ୍ଘାଟିତ ଦୂର ହେବ କୃଷକଙ୍କ ସମସ୍ୟା ଉପକୃତ ହେବେ ୫ଶହରୁ ଅଧିକ ଚାଷୀ

Sunil Chandra Nayak

Leave a Comment

error: Content is protected !!