ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

ଶୁକ୍ରବାର ପ୍ରାୟ ୧ ଘଣ୍ଟା ସମୟରେ ନୂଆପଡା ସର୍କିଟ ହାଉସ ନିକଟରେ ପଛପଟୁ ଏକ ବାଇକ କୁ ଟ୍ରକ ପିଟିଦେବା ଫଳରେ ବରିଷ୍ଠ ସାମ୍ବାଦିକ ବିଜୟ ସହିସ ଆହତ ହୋଇପଡ଼ିଛନ୍ତି । ତାଙ୍କ ସହ ଥିବା ଅନ୍ୟ ଜଣେ ସାମ୍ବାଦିକ ଦେବେଶ ହୋତା ମଧ୍ୟ ଆହତ ହୋଇ ପଡିଛନ୍ତି । ବିଜୟଙ୍କ ମୁହଁ, ହାତ ରେ ମାଡ଼ ହୋଇଥିବାବେଳେ ଦେବେଶ ଙ୍କ ମୁଣ୍ଡରେ ଧକ୍କା ହୋଇଥିବା ଜଣା ପଡୁଛି । ହେଲେ ଦୁଇ ଜଣ ଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ରହିଛି । ଉଭୟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି ହୋଇଛନ୍ତି । ଟ୍ରକ ଟିକୁ ନୂଆପଡା ପୁଲିସ ପିଛା କରି କାବୁ କରିଛି । ବରିଷ୍ଠ ସାମ୍ବାଦିକ ବିଜୟ ନିଜ ର ସହ ଯୋଗୀଙ୍କ ସହ ମିଶି ନୂଆପଡା କୁ ଏକ ଖବର ସଂଗ୍ରହ ପାଇଁ ଆସୁଥିଲେ । ସର୍କିଟ ହାଉସ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ସମୟରେ ଖଡ଼ିଆଳ ପଟୁ ଆସୁଥିବା ଏକ ଟ୍ରକ ପିଟିଦେଇଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସ ପହଁଚି ଉଦ୍ଧାର କରିଥିଲା । ବିଜୟ ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି |ହସ୍ପିଟାଲରେ ଖବର ପାଇ ଜିଲ୍ଲା ସାମ୍ବାଦିକ ସଂଘର (ଜାନ )ସଭାପତି ଘନ ଶ୍ୟାମ ଭୋଇ,ଦୀପକ ମିଶ୍ର, ରାଜକୀରଣ ସିଂ ଦେଓ, ଯାଜ୍ଞାନସେନୀ ମହାପାତ୍ର ପହଁଚି ପ୍ରାଥମିକ ଶୁଶ୍ରୁଷା କରାଉବା ସହ ପରିସ୍ଥିତି ପଚାରି ବୁଝିଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉଚ୍ଚତମ ନ୍ୟାୟାଳୟଙ୍କ ଆରକ୍ଷଣ ବିରୋଧୀ ଆଦେଶ ବିରୁଦ୍ଧରେ ଭାରତ ବନ୍ଦ ଜୁନାଗଡ଼ ରେ ସମ୍ପୂର୍ଣ ସଫଳ

masiha

ପୁର୍ବତନ ଭଳିବଲ ଖେଳାଳିଙ୍କ ଅକାଳ ବିୟୋଗ

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଏଲଆଇସି ଅଭିକର୍ତ୍ତାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!