ପୁତ୍ର ଆର୍ଯ୍ୟର ସତ୍ୟ ନାରାୟଣ ପୂଜା ପାଳିଲେ ପରିବାର
ଖଇରା,୨୬/୪/୨୪- ଦିନ ପରେ ଦିନ ବର୍ଷ ପରେ ବର୍ଷ ଏହି ପରି ବିତି ଯାଇଛି ଦୀର୍ଘ ୧୫ ବର୍ଷ । ୧୬ ବର୍ଷ ବୟସରେ ପଦାର୍ପଣ କରିଛି ପୁତ୍ର । ପିତାମାତା ଦ୍ବାରା ଘରେ ଆୟୋଜନ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏପରି ଏକ ଦୃଶ୍ୟ ଦେଖାଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ନିକଟ ଗଡପୋଖରୀ ଗ୍ରାମରେ । ପିତା ପ୍ରଫୁଲ୍ଲ କୁମାର ଜେନା ଓ ମାତା ମମତା ମଞ୍ଚରୀ ଜେନାଙ୍କ ପୁତ୍ର ଆର୍ଯ୍ୟ ଓମ୍ ଜେନା ଏବେ ୧୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଗଡପୋଖରୀ ଗ୍ରାମସ୍ଥ ବାସଭବନ ପରିସରରେ ପୁତ୍ର ଆର୍ଯ୍ୟର ମଙ୍ଗଳ କାମନା ନିମନ୍ତେ ପିତାମାତାଙ୍କ ଦ୍ବାରା ଆୟୋଜିତ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏହି ନାରାୟଣ ସେବାରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ବଜନ, ସାଙ୍ଗସାଥୀ ଓ ପାଖପଡୋଶୀ ଯୋଗଦେଇ ଆର୍ଯ୍ୟ ଓମ୍ ଜେନାଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଦେଖା ଯାଇଥିଲା । ନାରାୟଣ ସେବା ଓ ଆର୍ଯ୍ୟ ଓମ୍ ଙ୍କୁ ଆଶୀର୍ବାଦ ନିମନ୍ତେ ବାସଭବନ ଜନଗହଳି ପୂର୍ଣ୍ଣ ହୋଇଥିଲା । ପ୍ରସାଦ ସେଵନ କରି ସମସ୍ତେ ଖୁସିରେ ଫେରିଥିଲେ । ପରେ ପରେ ଗାୟକ ଅଲେଖ ଦାସ ଓ ତାଙ୍କ ସାଥୀଙ୍କ ଦ୍ବାରା ସତ୍ୟ ନାରାୟଣ ପାଲା ପରିବେଷଣ ହୋଇଥିଲା । ପାଲା ପ୍ରେମୀ ବହୁ ଦର୍ଶକ ପାଲା ଉପଭୋଗ କରିଥିଲେ । ପରିବାର ତରଫରୁ ନିମନ୍ତ୍ରଣ ପାଇ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ନାରାୟଣ ସେବାରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ ।।