ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁତ୍ର ଆର୍ଯ୍ୟର ସତ୍ୟ ନାରାୟଣ ପୂଜା ପାଳିଲେ ପରିବାର

ପୁତ୍ର ଆର୍ଯ୍ୟର ସତ୍ୟ ନାରାୟଣ ପୂଜା ପାଳିଲେ ପରିବାର

ଖଇରା,୨୬/୪/୨୪- ଦିନ ପରେ ଦିନ ବର୍ଷ ପରେ ବର୍ଷ ଏହି ପରି ବିତି ଯାଇଛି ଦୀର୍ଘ ୧୫ ବର୍ଷ । ୧୬ ବର୍ଷ ବୟସରେ ପଦାର୍ପଣ କରିଛି ପୁତ୍ର । ପିତାମାତା ଦ୍ବାରା ଘରେ ଆୟୋଜନ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏପରି ଏକ ଦୃଶ୍ୟ ଦେଖାଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ନିକଟ ଗଡପୋଖରୀ ଗ୍ରାମରେ । ପିତା ପ୍ରଫୁଲ୍ଲ କୁମାର ଜେନା ଓ ମାତା ମମତା ମଞ୍ଚରୀ ଜେନାଙ୍କ ପୁତ୍ର ଆର୍ଯ୍ୟ ଓମ୍ ଜେନା ଏବେ ୧୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଗଡପୋଖରୀ ଗ୍ରାମସ୍ଥ ବାସଭବନ ପରିସରରେ ପୁତ୍ର ଆର୍ଯ୍ୟର ମଙ୍ଗଳ କାମନା ନିମନ୍ତେ ପିତାମାତାଙ୍କ ଦ୍ବାରା ଆୟୋଜିତ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏହି ନାରାୟଣ ସେବାରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ବଜନ, ସାଙ୍ଗସାଥୀ ଓ ପାଖପଡୋଶୀ ଯୋଗଦେଇ ଆର୍ଯ୍ୟ ଓମ୍ ଜେନାଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଦେଖା ଯାଇଥିଲା । ନାରାୟଣ ସେବା ଓ ଆର୍ଯ୍ୟ ଓମ୍ ଙ୍କୁ ଆଶୀର୍ବାଦ ନିମନ୍ତେ ବାସଭବନ ଜନଗହଳି ପୂର୍ଣ୍ଣ ହୋଇଥିଲା । ପ୍ରସାଦ ସେଵନ କରି ସମସ୍ତେ ଖୁସିରେ ଫେରିଥିଲେ । ପରେ ପରେ ଗାୟକ ଅଲେଖ ଦାସ ଓ ତାଙ୍କ ସାଥୀଙ୍କ ଦ୍ବାରା ସତ୍ୟ ନାରାୟଣ ପାଲା ପରିବେଷଣ ହୋଇଥିଲା । ପାଲା ପ୍ରେମୀ ବହୁ ଦର୍ଶକ ପାଲା ଉପଭୋଗ କରିଥିଲେ । ପରିବାର ତରଫରୁ ନିମନ୍ତ୍ରଣ ପାଇ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ନାରାୟଣ ସେବାରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସିଭିଲ କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ! ପଂଜିକୃତ ୨୧୨ ଟି ମାମଲାରୁ ୧୩୯ ଟି ତତ୍କାଳ ଫଇସଲା

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!