ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହିଁ ମହାପ୍ରୟାଣ ଯାନ – ଘରୋଇ ଯାନକୁ ମୋଟା ଅଙ୍କ ଦେଇ ନେଉଥିବା ଅଭିଯୋଗ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହିଁ ମହାପ୍ରୟାଣ ଯାନ – ଘରୋଇ ଯାନକୁ ମୋଟା ଅଙ୍କ ଦେଇ ନେଉଥିବା ଅଭିଯୋଗ

ନର୍ଲା (ମନିସ)ନର୍ଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ହେଲା ପରେ ନର୍ଲା ଡାକ୍ତଖାନାର ରୂପ ରଙ୍ଗ ବଦଳିବାରେ ଲାଗିଛି। ବର୍ତ୍ତମାନ ଡାକ୍ତରଖାନାରେ ବିଭିନ୍ନ ବିଭାଗ ପାଇଁ କୋଠା ମାନ ନିର୍ମାଣ ଚାଲିଛି ଓ କେତେକ କୋଠା ବ୍ୟବହାର ରେ ଲାଗିଲାଣି। ଆଜି ଯାଏଁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମହାପ୍ରୟାଣ ଯାନ ନାହିଁ ଯହା ଦ୍ୱାରା ଶବ ନିଜ ଗାଁକୁ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସୁବିଧା ଡାକ୍ତରଖାନା ମାନଙ୍କୁ ଯୋଗାଇ ଦିଆଯାଇଛି। ହେଲେ ମହାପ୍ରୟାଣ ଗାଡ଼ି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନ ଥିବା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଯୋଗ୍ୟ ଯେ ନର୍ଲା ବ୍ଳକର ୨୬ଗୋଟି ପଞ୍ଚାୟତ ତଥା ଲାଞ୍ଜିଗଡ ବ୍ଳକର କମର୍ଦ୍ଧା ଓ ଭୂର୍ଟିଗଡ ଗ୍ରାମ ପଞ୍ଚାୟତର ମୁଣ୍ଡା ଗାଁ, ପିପଲପଡା ଲୋକେ ଏହି ଡାକ୍ତରଖାନା ଗୁଡ଼ିକରେ ନିର୍ଭର କରିଥାନ୍ତି ଯଦି କେହି ଏହି ଡାକ୍ତରଖାନା ଗୁଡ଼ିକରେ ମୃତ୍ୟୁ ବରଣ କରନ୍ତି ତେବେ ମହାପ୍ରୟାଣ ଗାଡି ନ ଥିବାରୁ ମୃତ୍ୟୁଙ୍କ ପରିବାର ଏକ ଘରୋଇ ଗାଡ଼ି ଉପରେ ନିର୍ଭର କରିଥାନ୍ତି। ଯାହାକି ପରିବାର ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଶବ ନେଇଥାନ୍ତି ତେଣେ ଘରୋଇ ଗାଡ଼ି ଗୁଡିକ ମୋଟା ଅଙ୍କ ଦାବି କରିଥାନ୍ତି। ଗରିବ ଶ୍ରେଣୀର ପରିବାର ହୋଇଥିଲେ ଘଣ୍ଟା ଘଣ୍ଟା ଶବ ପଡ଼ି ରହିଥାଏ। ଏଣୁ ତେଣୁ ଚାନ୍ଦା ଆଦାୟ କରି ଶବକୁ ଘରୋଇ ଗାଡ଼ି ବ୍ୟବସ୍ଥା କରି ନେଇଥାନ୍ତି। ଓଡିଶାସରକାର ମନ୍ଦିର, ମସଜିଦ, ମଣ୍ଡପ ପାଇଁ ଅର୍ଥ ଦେଉଥିବା ବେଳେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନକୁ ଗୋଟିଏ ଗୋଟିଏ ମହାପ୍ରୟାଣ ଯାନର ସୁବିଧା କରନ୍ତି ତେବେ ଦୂର ଦୁରାନ୍ତରୁ ଆସୁଥିବା ମୃତଙ୍କ ପରିବାରକୁ ସୁବିଧା ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ନର୍ଲା ବିଧାୟକ ଭୂପିନ୍ଦର ସିଂ ସୁବିଚାର କରିବା ପରିବର୍ତେ ନର୍ଲl ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରୁଛନ୍ତି। ଯାହାଫଳରେ ଜନସାଧାରଣ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ବିଧାୟକ ଚାହାନ୍ତେ ତେବେ ଏସବୁ ସମସ୍ୟାର ସମାଧାନ ହୋଇପାରନ୍ତା। ଯାହାକି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାପ୍ରୟାଣ ଯାନ ବିଷୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ ଚାର୍ଜ ଡାକ୍ତର ଅକ୍ଷୟ କୁମାର ଗୋଛାୟତ ସହ ଯୋଗାଯୋଗ କଲା ପରେ ଜିଲ୍ଲାରେ ଗୋଟିଏ ଯାନ ବ୍ୟବସ୍ଥା କରାଯାଇଛି କିନ୍ତୁ ଏତେ ଦୂରରୁ ରୋଗୀ ମାନେ ଆସି ମୃତ୍ୟୁ ବରଣ କରୁଥିବାରୁ ବିଧାୟକ ମାନେ ଚାହିଁଲେ ଯାନ ବ୍ୟବସ୍ଥା କରିପାରିବେ ବୋଲି ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି।

ଦୀପକ ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା 

masiha

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରୁ ଫେରିଥିବା ଯୁବକ ଯୁବତୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ମରଣ ଯନ୍ତା ପାଲଟିଛି କଣ୍ଟାମାଳ ଠାରୁ ବୋରିଗୁମ୍ମା ରାସ୍ତା

masiha

Leave a Comment

error: Content is protected !!