ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ 

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଜନଜାତି ସ୍ବାଭିମାନର ପ୍ରତୀକ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୈ।ଦାମିନୀ ମୁଦାଲିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ଓ ଆବାହକ ଶ୍ରୀ ମହାପାତ୍ର ସେମାନଙ୍କ ବକ୍ତବ୍ୟରେ ବିର୍ସା ମୁଣ୍ଡାଙ୍କର ବହୁମୁଖୀ ପ୍ରତିଭା ତଥା ଜନଜାତି ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ତାଙ୍କର ସେବା ମନୋବୃତ୍ତି ପାଇଁ ଲୋକେ ତାଙ୍କୁ ଧରତୀ ଆବା ବୋଲି କହୁଥିଲେ। ବିଶିଷ୍ଟ କ୍ରାନ୍ତିକାରୀ ଆଦିବାସୀ ନେତା ସ୍ବଳ୍ପ ଜୀବନ କାଳ ମଧ୍ୟରେ ଦେଶ ପାଇଁ ଯେଉଁ କର୍ମ କରି ଯାଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ସଭାପତି ସୁଶ୍ରୀ ମୁଦାଲି ବିର୍ସା ମୁଣ୍ଡାଙ୍କୁ ତ୍ୟାଗ ଓ ବଳିଦାନର ପ୍ରତୀକ ବୋଲି ଅବହିତ କରିଥିଲେ। ଏହି ଅବସରରେ ଛାତ୍ରୀ ବିନିଶା ବାରିକ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପଲତା ତ୍ରିପାଠୀ, ଅନ୍ନପୂର୍ଣ୍ଣା ସ୍ବାଇଁ, ବିଦ୍ୟାଧର ବିଶ୍ବାଳ, ଧନଞ୍ଜୟ ମଲ୍ଲିକ, ବିମଳ ମନ୍ତ୍ରୀ, ଅକ୍ଷୟ କୁମାର ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନ୍ନପୂର୍ଣ୍ଣା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା

masiha

Leave a Comment

error: Content is protected !!