ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଜପତି :(ମସିହା ନିୟୁଜ) କାହାର ଲଜ୍ୟା ନିବାରଣ ପାଇଁ ବସ୍ତ୍ର ପ୍ରଦାନ ର ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ପ୍ରତି ବର୍ଷ ପରି ଏ ବର୍ଷ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର ଗୌଡ଼ ସାହି ରେ ଆରମ୍ଭ ହୋଇଛି l ଗ୍ରାମର ଥିବା ଆବାଳ ବୃଦ୍ଧ ସମସ୍ତେ ନିଜ ଆବଶ୍ୟଜ ଅନୁଯାୟୀ ପୋଷାକ ସଂଗ୍ରହ କରିଥିଲେ l କୁନି ପିଲାମାନେ ନିଜର ପୋଷାକ କୁ ବାଛି ବାଛି ନେଇଥିଲେ l ବୟସ୍କ ମାନେ ବସ୍ତ୍ର ନେବାପରେ କର୍ମକର୍ତା ଙ୍କୁ କଲ୍ୟାଣ କରିଥିଲେ l ବୁଢ଼ୀ ମା ମାନେ ଶୀତ ବସ୍ତ୍ର କୁ ଥିରି ହାତ ରେ ସାଇତି ନେଇଥିଲେ l ଆଜି ର କାର୍ଯ୍ୟକ୍ରମ କୁ ସେହି ଗ୍ରାମର ବୟସ୍କ ବ୍ୟକ୍ତି ରଙ୍କନିଧି ଗୌଡ଼ ଙ୍କ ଦ୍ୱାରା ଶୁଭାରମ୍ଭ କରାଯଇଥିଲା l ଆଜି ର କାର୍ଯ୍ୟକ୍ରମ ସମସ୍ତ କର୍ମକର୍ତା ଙ୍କୁ ଆନନ୍ଦ ପ୍ରଦାନ କରିଥିଲା l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି ଙ୍କ ସହ ସୁବାଶିଷ ଷଢଙ୍ଗୀ, ଅଭୟ ବେହେରା, ଦେବେନ୍ଦ୍ର ନାୟକ, ସଞ୍ଜୟ ଗାହାଣ, ବୃନ୍ଦାବନ ଗୌଡ଼ ଓ ଗୌରାଙ୍ଗ ନାୟକ ସାମିଲ ଥିଲେ l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ଚିଲିଗୁଡ଼ାରେ ରକ୍ତଦାନ ଶିବିର ,୪୦ ୟୁନିଟ ରକ୍ତ ସଂଗୃହୀତ

masiha

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!