ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀ, ସିଭିଲ କୋର୍ଟ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସ, ଲାଲ ବାହାଦୁର ଶାସ୍ତ୍ରୀ, ବଳରାମ ମନ୍ଦିର ନିକଟସ୍ଥ ସାରଙ୍ଗ ଧର ଦାସ, ସୁବାଷ ଚନ୍ଦ୍ର ବୋଷ, ରଥଗଡା ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରିଥିଲେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ , ଉଦୟନାଥ ମହାପାତ୍ର (ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ) , ରମେଶ କୁମାର ସେଠୀ (ଅତିରିକ୍ତ ଜିଲ୍ଲାପାଳ ସାଧାରଣ), ପୈାରଅଧକ୍ଷା ଜୟନ୍ତୀ ପାତ୍ର ଓ ପୈାରନିର୍ବାହିଅଧିକାର ତରୁଣ କୁମାର ମହାପାତ୍ର ତଥା ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଧର୍ମଗଡ:କାଶୀବାହାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

masiha

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

Sunil Chandra Nayak

ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!