ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୨୭|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଡ୍ୟାମ ପାଖ ପୁଝାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବଡ଼କୁମାରୀ ଠାରେ ପ୍ରାପ୍ତ ବୟସ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢୀ, ସରପଞ୍ଚ ତିଳୋତ୍ତମା ମାଝୀ, ସମିତି ସଭ୍ଯ ତନୁଜା ଡାକୁଆ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବାବେଳେ ସମ୍ମାନୀତ ଅତିଥି ପତିତପାବନ ଦ୍ବିବେଦୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ମଞ୍ଜୁ ବିଶ୍ବାସ, ମହିଳା ସ୍ୱାସ୍ଥ୍ୟକର୍ମୀ ଜେମାମଣି ହରିଜନ,ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଜଗନ୍ନାଥ ମିଶ୍ର ଓ ଏସ ଟି ଏସ୍ ଗୌରୀ ଶଙ୍କର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଯକ୍ଷ୍ମା (ଟି ବି)ବିରୁଦ୍ଧରେ ଲଢେଇ ରେ ବି ସି ଜି ଟୀକା ପାଇଁ ଯୋଗ୍ୟ ପ୍ରାର୍ଥୀ (୧)ପୂର୍ବତନ ଯକ୍ଷ୍ମା ରୋଗୀ, (୨)ଯକ୍ଷ୍ମା ରୋଗୀଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତି ମାନେ, (୩)୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, କୁ ପୋଷଣ ର ଶିକାର ବୟସ୍କ ଲୋକ, (୫)ଧୂମ୍ରପାନ କରୁଥିବା ବ୍ୟକ୍ତି, (୬)ମଧୁମେହ ରେ ଆକ୍ରାନ୍ତ ବ୍ୟକ୍ତି ଏହିସବୁ ଲକ୍ଷଣ ଥିଲେ ଯୋଗ୍ୟ ବିବେଚିତ l ସମୁଦାୟ ଆଶା କରୁଥିବା ହିତାଧିକାରୀ ୨୭୦୦୦,କିନ୍ତୁ ପଞ୍ଜୀକୃତ ହୋଇଥିବା ହିତାଧିକାରୀ ୧୪୬୦୦ ରହିଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଯନ୍ତ୍ରୀ ଠିକାଦାର ଭାଙ୍ଗି ନେଇଗଲେ ପମ୍ପ ହାଉସ, ଚୁଆପାଣିକୁ ଭରସା କଲେ ଚେରଙ୍ଗପାଇ ଗ୍ରାମବାସୀ

masiha

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!