ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ R SS ର ଯୁବା ସମ୍ମିଳନୀ

ରାଇରଙ୍ଗପୁର ରେ R SS ର ଯୁବା ସମ୍ମିଳନୀ

-ମୟୂରଭଂଜ- ୨/୧୧–ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ର ୧00 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆଁଲାଡୁବା ଠାରେ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସମ୍ମିଳନୀ ବାମନଘଟି ଉପଖଣ୍ଡରେ ଥିବା 7 ଟି ବ୍ଲକ ଏବଂ ରାଇରଙ୍ଗପୁର ନଗର ରୁ ମୋଟ 250 ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ। ରାଇରଙ୍ଗପୁର ସହଜିଳ୍ଳା କାର୍ଯ୍ୟବାହ ଶ୍ରୀ ବଳରାମ ବାରିକ ପ୍ରାରମ୍ଭିକ ସୂଚନା ତଥା ଉଦ୍ୟେଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦିତୀୟ କଲାଂଶରେ ମୟୂରଭଞ୍ଜ ବିଭାଗର ସେବପ୍ରମୁଖ ଆଦରଣୀୟ ଖଗେଶ୍ବର ମହାନ୍ତ ଭାରତର ଗୌରବ ଶାଳୀ ଐତିହ ,ପରମ୍ପରା , ସଂସ୍କୃତି, ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଯୁବକ ମାନଙ୍କ ଶଙ୍କା ସମାଧାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କ୍ଷେତ୍ର ସେବାପ୍ରମୁଖ ଆଦରଣୀୟ ଦୀପକ କୁମାର ରାଉତ ଗୋଲାମୀ ମାନସିକତା ରୁ ନିଜକୁ ମୁକ୍ତ କରି ସ୍ଵ ର ଜାଗ୍ରତ କରି ଯଥା ସ୍ୱଧର୍ମ, ସ୍ଵଭାସା,ସ୍ଵଭୂଷା,ସ୍ୱସଂସ୍କୃତି, ସ୍ୱଦେଶୀ ଗ୍ରହଣ କରି ସ୍ଵରାଷ୍ଟ୍ର ନିର୍ମାଣ କରିବାକୁ ଆହ୍ବାନ ଦେଇଥିଲେ।ମୁଖ୍ୟ ଅତିଥି ରୂପେ ରାଇରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡା ମିଲନ କୁମାର ମହାନ୍ତ ଯୋଗ ଦେଇ ଦେଶ ଓ ରାଷ୍ଟ୍ର ର ରକ୍ଷା ନିମିତ୍ତ ତନ ମନ ଧନ ସମର୍ପିତ କରି ଦେଶକୁ ସୁଦୃଢ କରିବା ପାଇଁ ଯୁବ ସମାଜକୁ ନିବେଦନ କରିଥିଲେ ରଖିଥିଲେ। ଉକ୍ତ ସଭାରେ ମାନନୀୟ ରାଇରଙ୍ଗପୁର ଜିଲ୍ଲା ସଂଘଚାଳକ ଶ୍ରୀ ଯୁକ୍ତ ଜଗବନ୍ଧୁ ମହାନ୍ତ ସମସ୍ତ ଯୁବପିଢ଼ିଙ୍କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରତ୍ୟକ୍ଷ କାର୍ଯ୍ୟ ରେ ଯୋଗ ଦେଇ ଦେଶକୁ ପରମ ବୈଭବ ଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ଅନୁରୋଧ ରଖି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ନିଉଜ

Related posts

ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କାଦେଲା ଟ୍ରକ: ଦୁଇ ଗୁରୁତର

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

Leave a Comment

error: Content is protected !!