ନୂଆ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହିତ ସୗହାର୍ଦପୂର୍ଣ ଆଲୋଚନା ଓ ଦାବି ପତ୍ର ପ୍ରଦାନ କରିଥିଲେ
ଦିଲ୍ଲୀ / ତାରିଖ- 02/11/2025):- ବିଗତ-ତାରିଖ 31-ଅକ୍ଟୋବର, ଶୁକ୍ରବାର ଦିନ ଅପରାହ୍ନ ନୂଆ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ଠାରେ ଅଲ ଇଣ୍ଡିଆ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର 12-ଜଣିଆ ପ୍ରତିନିଧି ମଣ୍ଡଳୀ ଦ୍ୱାରା ମହାମହିମ ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଭେଟି ଆଦିବାସୀ “ହୋ” ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପୂର୍ବରୁ 2023-ରେ ମଧ୍ୟ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ନିକଟରେ ଏକ ଦାବିପତ୍ର ଦାଖଲ କରାଯାଇଥିଲା। ରାଷ୍ଟ୍ରପତି ମହୋଦୟା ଆଦିବାସୀ ହୋ-ଭାଷାର ସ୍ୱୀକୃତି ବିଷୟରେ ଅତ୍ୟନ୍ତ ସକରାତ୍ମକ କଥା କହିଥିଲେ। ରାଷ୍ଟ୍ରପତି ମହୋଦୟା ଆଦିବାସୀ ହୋ-ଭାଷାରେ ପ୍ରତିନିଧୀଙ୍କ ସହିତ ବିଶେଷ ଭାବରେ ଏହି ଆଦିବାସୀ ହୋ-ଭାଷାରେ ମଧ୍ୟ ଆଲୋଚନା ଓ କଥାବାର୍ତା ହୋଇଥିଲେ।
ଏହୀ କମିଟିର ଜାତୀୟ ସଭାପତି ଶ୍ରୀ ରାମରାଇ ମୁଣ୍ଡୁୟା କହିଛନ୍ତି ଯେ ସମ୍ପୂର୍ଣ ଦେଶର 50-ଲକ୍ଷରୁ ଅଧିକ ଲୋକ ଦୈନନ୍ଦିନ ଜୀବନରେ ଏହି ହୋ-ଭାଷା ବ୍ୟବହାର କରନ୍ତି। ଏହି ହୋ-ଭାଷା ସ୍ୱୀକୃତି ପାଇଁ ବହୁ ବର୍ଷ-ଧରି ହୋ-ଭାଷା-ଭାଷୀ ଲୋକେ ସଙ୍ଘର୍ଷ ଜାରି ରଖିଛନ୍ତି, ଏହି ପରିପେକ୍ଷୀରେ ଓଡ଼ିଶା ଏବଂ ଝାରଖଣ୍ଡ ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କୁ ପାଖରେ ଆଦିବାସୀ “ହୋ” ଭାଷାକୁ ସଂବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ବ ସ୍ବୀକାରୋକ୍ତି ଦେଇ ଶାମିଳ କରିବାକୁ ଅନୁରୋଧ କରାଯାଇଛି। ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀ ଅଷ୍ଟମ ଅନୁସୂଚୀରେ “ହୋ” ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଆଶ୍ବାସନ ଓ ନିର୍ଭର ପ୍ରତିଶୃତି ଦେଇଥିଲେ ଏବଂ ଝାଡଖଣ୍ଡ ସରକାର ଏବଂ ଓଡ଼ିଶା ସରକାର ମଧ୍ୟ ବହୁ ବର୍ଷ ପୂର୍ବରେ ଭାରତ ସରକାରଙ୍କୁ ସୁପାରିଶ ପତ୍ର ପଠାଇ ସାରିଛନ୍ତି ଏବଂ ଏହି ହୋ-ଭାଷାକୁ ଦ୍ୱିତୀୟ ରାଜଭାଷା ଭାବରେ ଝାଡଖଣ୍ଡ ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ହୋଇସାରିଛି, ଜାତୀୟ କାର୍ଯ୍ୟନିର୍ବାହୀ ସଭାପତି ସୁରା ବିରୁଲି କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଏତେ ବଡ ଆଦିବାସୀ ହୋ-ଭାଷା ଜନସଂଖ୍ୟାରେ ମାତୃଭାଷାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଥିବା ବେଳେ ସ୍ୱଳ୍ପ-ଭାଷା ବିଶିଷ୍ଟ ତଥା ସୀମିତ ସାହିତ୍ୟିକ ବିକାଶ ସହ ଅନେକ ଭାଷାକୁ ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ହୋଇସାରିଛି। ଭାରତୀୟ ସଂବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୂକ୍ତ କରିବା ପାଇଁ ଆମେ ଦୣଢ଼ ଭାବରେ ବିଶ୍ବାସ କରୁଅଛୁ ଯେ ଆମରି ହୋ-ଭାଷାର ସାହିତ୍ୟ ଏବଂ ସଂସ୍କୃତିର ସଂରକ୍ଷଣ ତଥା ଭାରତୀୟ ସାମ୍ବିଧାନିକ ସ୍ୱୀକୃତି ଦେଲେ ଏହାର ପ୍ରଚାର ପ୍ରସାରରେ ସହାୟକ ହେବ, ଯାହାଦ୍ୱାରା ଭାରତର ଭାଷା ବିବିଧତା ଏବଂ ଆଦିବାସୀ ସଂସ୍କୃତି ଭାଷା ପରମ୍ପରା ଜୀବନ୍ତ ହେବ। ଆମେ ଆଶା କରୁଛୁ ଯେ ଭାରତର ସମ୍ବିଧାନର ଅଷ୍ଟମ ଅନୁସୂଚୀ ରେ ଆଦିବାସୀ ହୋ-ଭାଷାକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍ୱୀକୃତି ଦେବେ ଏବଂ ଏହାର ଉପଯୁକ୍ତ ସ୍ଥାନ ପାଇବ ବୋଲି ଆଶା ଓ ବିସ୍ଵାଶ କରୁଛୁ. ଏହି.12-ଜଣିଆ ପ୍ରତିନିଧି ଦଳରେ ଜାତୀୟ ସଭାପତି ରାମରାଇ ମୁଣ୍ଡୁୟା, ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଭାପତି ସୁରା ବିରୁଲି, ବାଜୁ ଚନ୍ଦ୍ର ସିର୍କା, ଗିରିଶ ଚନ୍ଦ୍ର ହେମ୍ବ୍ରୋମ୍, ଶାନ୍ତି ସିଡୁ, ବସନ୍ତ କୁମାର ବୁଡିଉଲି, ଫୁଲମୁତୀ ସିର୍କା, ଖିରୋଦ ହେମ୍ବ୍ରମ, ଗୋପୀନାଥ ଲାଗୁରି,ଶାନ୍ତି ସିଦ୍ଧୁ,, ଗୋମେୟା ଓମଙ୍ଗ,ଜଗନ୍ନାଥ କେରାଇ, ନିକିତା, ବିରୁଲି ଓ ସୁରା ବିରୁଲି (9931333025) ଜାତୀୟ କାର୍ଯ୍ୟନିର୍ବାହୀ ସଭାପତି ଅଲ ଇଣ୍ଡିଆ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଶାମିଳ ରହିଥିଲେ।

