ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିରସ୍ଥିତ ପତାଞ୍ଜଳି ଯୋଗ କେନ୍ଦ୍ରର ୧୯ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଯୋଗଗୁରୁ ଅକ୍ରୁର ମାର୍ଥା ମୁଖ୍ୟଅତିଥି ରୂପେ ଯୋଗ ଦେଇ ବୈଦିକ ରୀତିରେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ମାର୍ଗ ଦର୍ଶନରେ ଯୋଗର ଗୁଢ଼ ତତ୍ଵ , ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ l ଯୋଗ ହିଁ ସୁସ୍ଥ ଜୀବନ ଯାପନ କରିବା ସହ ପରିବାରରେ ସ୍ୱର୍ଗୀୟ ଆନନ୍ଦ ମିଳିବା ସହିତ ଓ ମେଡିକାଲ ଖର୍ଚ୍ଚରୁ ମୁକ୍ତି ମିଳିଥାଏ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ , ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତି କର ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ବି. ବି. ଭୁଜବଳ । ଏହି କେନ୍ଦ୍ରର ସମସ୍ତେ ମିଶି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡି ଜଳଧାର ପାତ୍ର , ରାମକୃଷ୍ଣ ପଣ୍ଡା, ଅଶୋକ କୁମାର ଓଝା, ରମାକାନ୍ତ ସାହୁ, ମିଷ୍ଟର ନାୟକ, ମଞ୍ଜୁଲତା ମାଝୀ, ତାରା, ପ୍ରଭାତୀ ସାହୁ, ରାମକୃଷ୍ଣ ଦାସ, ସର୍ବେଶ୍ଵର ପାତ୍ର, ଉମାକାନ୍ତ ମଲ୍ଲିକ, କେ କେ ରଥ, ଏଫ୍ ଏମ ଦାଶ, ବି ସି ମୌରିକ , ଏକ କେ ଜତି, ଏସ କେ ସାହୁ, ନିର୍ମଳ ଦାଶ, ସଞ୍ଜୟ ଚୌଧୁରୀ, ବାପି ଜେନା, ଗୌରିଶଙ୍କର ପାଣିଗ୍ରାହୀ, ଆର୍ ସି ବେହେରା, ଆର୍ ଏନ ସାଇଙ୍କ ସହିତ ବହୁ ସାଧକ ସାଧିକା ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଵାଧୀନତା ଦିବସ ପାଳିତ

masiha

ଏସଏସଆରଭିଏମ୍ ର ଚାରିଦିନିଆ ଶ୍ରଦ୍ଧା କାର୍ଯ୍ୟକ୍ରମ ସମାପନ 

Sunil Chandra Nayak

ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!