ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ଆଜି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପରିସରରେ ସଫେଇ କାର୍ଯ୍ୟ ସହ ପରେ ହରଗୌରୀ ଯୁବକ ସଂଘ ପ୍ରାଙ୍ଗଣ ଠାରେ ନେହେରୁଙ୍କ ପ୍ରତିଛବିରେ ପୁଷ୍ପ ମାଳା ଦେଇ ପୂଜାର୍ଚ୍ଚନା କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳନ କରିଥିଲେ l ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖିରସାଗର ସାହୁ, ସମ୍ମାନିତ ଅତିଥି ପୂର୍ଣ୍ଣଚନ୍ଦ୍ର ସାହୁ, ପାଳେଶ୍ୱର ବାରିକ, ଯୁଗଳ ନାଗ, ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀ, ସମ୍ପାଦକ ତୀର୍ଥରାଜ ବନଛୋର, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ, ଅମର ଭୋଇ, ସରୋଜ ସୁନା, ନରେନ୍ଦ୍ର ମାଝୀ, ନୀଳକଣ୍ଠ ସାହୁ, ଦେବାଶିଷ ସାହୁ, କେଶବ ନନ୍ଦ, ପରମାନନ୍ଦ ସାହୁ, ରିଙ୍କୁ ନନ୍ଦ, ତନ୍ମୟ ବକୁଳ, ଉମାକାନ୍ତ ସାହୁ, ପ୍ରଦ୍ୟୁମନ ଜାନୀ, ଭେଙ୍କଟ ପ୍ରସାଦ ଜାନୀ, କ୍ରିସ ବଡ଼ମାଳୀ, ଶକ୍ତି ପ୍ରସାଦ ବଡ଼ମାଳୀ, ସତ୍ୟ ସାହୁ, ଲିଙ୍ଗରାଜ ଜାନୀ, ଭୀଷ୍ମ ଜାନୀ ଉପସ୍ଥିତ ଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

masiha

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

Sunil Chandra Nayak

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

Leave a Comment

error: Content is protected !!