ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ନୂଆପଡା,// ନୂଆପଡା ଜିଲ୍ଲା ଖଡ଼ିଆଳ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ କିପର ଗ୍ୟାସ ବ୍ୟବହାର କରାଯିବ ସେନେଇ ଖଡ଼ିଆଳ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରିଥିଲେ । ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ ବର୍ତ୍ତମାନ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ଗ୍ୟାସ ଚୁଲାରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । କିପରି ଗ୍ୟାସ ଜଳାଇବା ଯଦି ଜଳନ୍ତା ଗ୍ୟାସ ଟାଙ୍କିରେ ନିଆଁ ଲାଗିଲା ତାକୁ କିପରି ଆୟତ କରିହେବ ସେନେଇ ଗୋଟି ଗୋଟି କରି ବୁଝାଇ ଥିଲେ । କାଠ ଚୁଲାରେ ରାନ୍ଧିବା ଦ୍ୱାରା ପରିବେଶ ଦୂଷିତ ହେବା ସହିତ ଜଙ୍ଗଲ ନଷ୍ଟ ହେବାରୁ ବଞ୍ଚିତ ହେବ । କିପରି ଗ୍ୟାସ ଜଳିବା ଯଦି ଜଳନ୍ତା ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଏ କିପରି ଆୟତ କରାଯିବ ସେନେଇ ମକ ଡ୍ରିଲ କରିଥିଲେ । ଏହି ମକ ଡ୍ରିଲରେ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଭାଗ ନେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଓ ଆଇ ସି ଗୌତମ କିଷାନ, ଫିଆର ମେନ ସଞ୍ଜୀବ ମହାନ୍ତି, ଲକ୍ଷ୍ମୀକାନ୍ତ ବିଶ୍ୱାଳ, ହରିଅର ବରୀହା, ସୁରେନ୍ଦ୍ର ଭୋଇ, ରମେଶ ସେଠି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।ନୂଆପଡା ରୁ

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୧ – ଓଡ଼ିଆ ଅସ୍ମିତା ଅଭିଯାନ ମାଧ୍ୟମରେ  ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ , ୨- ଭ୍ରମ୍ୟମାନ ରକ୍ତ ସଂଗ୍ରହ ବସ ପାଇଁ ସାଂସଦଙ୍କୁ ଅନୁରୋଧ

masiha

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

Sunil Chandra Nayak

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!