ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟ୍ରବେରୀ ଗାଁ ବାରବୁଲୀ : ଆତ୍ମ ନିର୍ଭର ପଥେ ନିୟମଗିରିର ଆଦିମ ଜନଜାତି ମହିଳା

ଲାଞ୍ଜିଗଡ଼,୦୨/୦୩(ସୁଶୀଲ କୁମାର ବାଗ)-ଦିନ ଥିଲା, ଓଡ଼ିଶା ପାଇଁ ଷ୍ଟ୍ରବେରୀ ଥିଲା ଏକ ଦୁଲ୍ଲଭ ବିଦେଶୀ ଫଳ। ଓଡ଼ିଶା ଭଳି ଉଷ୍ମ ଜଳବାୟୁରେ ଏହାକୁ ଚାଷ କରିବା କଳ୍ପନା ବାହାରେ ଥିଲା। କିନ୍ତୁ ଏବେ ଦିନ ବଦଳିଯାଇଛି ! କଳାହାଣ୍ଡି ଜିଲ୍ଲାପାଳଙ୍କ ଆଗ୍ରହ କ୍ରମେ ଲାଞ୍ଜିଗଡ଼ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ଵାରା ଷ୍ଟ୍ରବେରୀ ଚାଷ କରାଯିବାର ପ୍ରଚେଷ୍ଟା ସଫଳ ହୋଇପାରିଛି ! ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ଚାଷୀଙ୍କ ଦ୍ଵାରା ଏଇ ଉଦ୍ୟମ ଆରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଦ୍ୟାନ କୃଷି ବିଭାଗ ବୈଷୟିକ ସହଯୋଗ କରିଥିବାବେଳେ ଓ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଦଳକୁ ଦାୟିତ୍ବ ଦିଆଯାଇଛି ! ଫଳରେ ଲାଞ୍ଜିଗଡ଼ ବ୍ଲକ ଶେଷ ସୀମାନ୍ତ ତଥା ନିୟମଗିରି ପାହାଡ଼ ପାଦଦେଶର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବାରବୁଲୀ ଗାଁରେ ବାସ କରୁଥିବା କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଓ ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଷ୍ଟ୍ରବେରି ଚାଷ କରି ସଫଳତା ହାସଲ କରିବା ସହିତ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି। ଏହି ଚାଷ କରିବାକୁ ଆବଶ୍ୟକ ଜ୍ଞାନ କୌଶଳ ଆହରଣ ପାଇଁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ତରଫରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ାକୁ ଏକ କ୍ଷେତ୍ର ପରିଦର୍ଶନ ମଧ୍ୟ କରାଯାଇଥିଲା। ସେଠାରୁ ଆସି ଚାଷୀ ଓ ମହିଳା ଗୋଷ୍ଠୀର ସଦସ୍ୟାମାନେ ଷ୍ଟ୍ରବେରି ଚାଷ କରିବାରେ ମନୋନିବେଶ କରିଥିଲେ। ୫ ଏକର ଜମିରେ ଏହି ଚାଷ କରିବାପାଇଁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ଲକ୍ଷ ୫୮ ହଜାର ୦୩୨ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ। ସେଥିମଧ୍ୟରୁ କୃଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ ହଜାର ୭୭୮ଟଙ୍କା, ଗ୍ରାମପଞ୍ଚାୟତର ଆଦିମ ଜନଜାତି ଉନ୍ନୟନ ପାଣ୍ଠିରୁ ୩ ଲକ୍ଷ ୮୭ ହଜାର ୩୦୦ ଟଙ୍କା ସ୍ଵୟଂ ସହାୟକ ଗୋଷ୍ଠୀର ଅଂଶଧନ ଭାବେ ରଖାଗଲା। ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳଯୋଗାଣ ପାଇଁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ଵାରା ସୌର ଚାଳିତ ପମ୍ପ୍ ଯୋଗାଇ ଦିଆଯାଇଥିଲା। ମିଶନଶକ୍ତି ବିଭାଗ ଦ୍ଵାରା ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥିପାଇଁ ଚୟନ କରାଯିବା ପରେ ସମୁଦାୟ ୨୮ଲକ୍ଷ ୫୮ ହଜାର ୦୩୨ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ଏକ ଲକ୍ଷ ଷ୍ଟ୍ରବେରୀ ଚାରାରୋପଣ କରାଯାଇଥିଲା ! ଏଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମୀ ଉଦ୍ୟାନ କୃଷି ବିଭାଗର ମିଳିତ ତତ୍ତ୍ଵାବଧାନରେ ହିମାଚଳ ପ୍ରଦେଶରୁ ଷ୍ଟ୍ରବେରୀ ଚାରା ଅଣାଯାଇ ଜାନୁଆରୀ ୧୦ ତାରିଖରେ ରୋପଣ କରାଗଲା। ଏହାର ପ୍ରଥମ ପାଚିଲା ଫଳ ଫେବୃଆରୀ ୨୮ ତାରିଖରେ ବଜାରରେ ଉପଲବ୍ଧ ହେବା ପରେ ପ୍ରଥମ ପାଚିଲା ଫଳକୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଚାଷର ସଫଳତା ଦେଖି ଏହାର ସଠିକ୍ ବଜାରୀକରଣ କରିବାକୁ ଜିଲ୍ଲାପାଳ ବାରବୁଲୀରେ ଉତ୍ପାଦିତ ଷ୍ଟ୍ରବେରୀକୁ କଳାହାଣ୍ଡି ଫୁଡ୍ ଏଣ୍ଡ କ୍ରାଫ୍ଟ ଦ୍ଵାରା ବଜାରୀକରଣ କରିବା ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓର୍ ମାସ୍ ଓ ମିଶନଶକ୍ତି ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଏହି ଚାଷର ସଠିକ୍ ବଜାରୀକରଣ ହେଲେ ବାରବୁଲି ଗ୍ରାମର ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଆଶା ରଖିଛନ୍ତି। ସେହିପରି ଷ୍ଟ୍ରବେରୀ ବିକ୍ରି ଦ୍ବାରା ପ୍ରାୟ ୨୫ ଲକ୍ଷ ଓ ଚାରା ବିକ୍ରି ଦ୍ବାରା ୫ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରାଯିବାର ସମ୍ଭାବନା ରହିଛି ! ସତରେ କଳାହାଣ୍ଡି ଜିଲ୍ଲା ପ୍ରମାଣ କରିଦେଇଛି ଏହି ମାଟିରେ ଷ୍ଟ୍ରବେରୀ ଭଳି ମୂଲ୍ୟବାନ ଫସଲ ଉତ୍ପାଦନ ସହିତ ଏହାକୁ ରୋଜଗାରର ମାଧ୍ୟମ ଭାବେ ପରିଣତ କରାଯାଇପାରେ ଏଥିରେ ଦ୍ବିରୁକ୍ତି ନାହିଁ।

Related posts

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓଡ଼ିଶାର ସଂସ୍କୃତିକୁ ମହାନ୍ କରିଛି , ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ପାଳିତ

masiha

ଗ୍ରାମ ପଞ୍ଚାୟତ ର ଅଜବ ନୀତି, ମୂଳ ବାସିନ୍ଦା ଙ୍କୁ ମିଳୁନି ଷ୍ଟଲ ଅନ୍ୟ କୁ ମିଳୁଛି

masiha

ଜୟପାଟଣାରେ ଫେଲ୍ ମାରିଛି ବସୁଧା ଯୋଜନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort