ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

କାମାକ୍ଷାନଗର (ମ ନି ସ)୦୬/୦୧// ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଠାରେ ୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି |ସୂଚନା ମୁତାବକ ୩ ଦିନ ଧରି ହେବାକୁ ଥିବାବେଳେ, ଏହି ପ୍ରତିଯୋଗିତାରେ ରାଜ୍ୟ ୨୨ ଟି ଜିଲ୍ଲା ରୁ ଉଭୟ ବାଳକ ଓ ବାଳିକା ଟିମ୍ ଅଂଶ ଗ୍ରହଣ କରିଛନ୍ତି| ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଡାକ୍ତର ଡା. ନରହରି ପଣ୍ଡା ଯୋଗ ଦେଇଥିବାବେଳେ ସନ୍ମାନିତ ଅତିଥି ଭାବେ ରାଜ୍ୟ ବଲ ବ୍ୟାଡମିଣ୍ଟନ ସମ୍ପାଦକ ସୁକାନ୍ତ ଦାସ , ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଓ ସଂସ୍କାର ପବ୍ଲିକ ସ୍କୁଲ ଅଧକ୍ଷ ପ୍ରଫୁଲ ଥମ୍ବ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ତେବେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ନାଚ ଗୀତ ଅନଷ୍ଠିତ ହୋଇଥିଲା। ରାଜ୍ୟ ର କୋଣ ଅନୁକୋଣ ରୁ ଆସିଥିବା ପ୍ରତିଯୋଗୀଙ୍କୁ ସ୍କୁଲ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲା | ସେପଟେ ପ୍ରଦୀପ ପ୍ରଜ୍ବଳନ ସହ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତି ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ| ଏବଂ ପରିଶେଷରେ ମ୍ୟାଚ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

masiha

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

masiha

Leave a Comment

error: Content is protected !!