ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

ନୂଆପଡା, ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ (Assembly Constituency) ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଏହି କ୍ରମରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ ଭି ଏମ୍ ଓ ଭି ଭି ପାଟ ଗୋଦାମ ଗୃହ ରେ ସଂରକ୍ଷିତ ଥିବା ୟୁନିଟ ଗୁଡିକର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଅତିରିକ୍ତ ଶାସନ ସଚିବ ତଥା ଇ ଭି ଏମ୍ , ରାଜ୍ୟ ନୋଡାଲ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପ ଶାସନ ସଚିବ ଜିତେନ୍ଦ୍ର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ସୁବାଷ ଚନ୍ଦ୍ର ରଇତ , ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ଡି ସି ହେମନ୍ତ ପୁଟା, ବିଡ଼ିଓ କୋମନା ସର୍ବେଶ୍ଵର ଜାଲ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ lଏହା ସହିତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଏବଂ ଆପ୍ ପ୍ରତିନିଧି ମଣ୍ଡଳ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋମନା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ଯୋଜନାର ସମୀକ୍ଷା: ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଉପରେ ସିଡିଓଙ୍କ ଗୁରୁତ୍ୱ

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ 

masiha

ଦାସି ଗାଁ  ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!