ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଗମ୍ଭାରିଗୁଡ଼ା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

କୋକସରା ବ୍ଲକ ଗମ୍ଭାରିଗୁଡ଼ା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭାରିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ସମାଜ କଲ୍ୟାଣ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ଏକ ମହିଳା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ସରପଞ୍ଚ ଇଶ ରାମ ସୁନାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କୋକସରା ସିଡିପିଓ ଶ୍ରୀମତୀ ସରୋଜା କୁମାରୀ ସେଠୀ, ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ସମ୍ମାନୀୟ ଅତିଥି, ଡିଏସଡବ୍ଲୁଓ କାର୍ଯ୍ୟାଳୟର ଜେଣ୍ଡର ସ୍ପେସିଆଲିଷ୍ଟ ରାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି ସଦନ ଗୃହରେ କେଉଁ ମହିଳା ମାନେ ରହିପାରିବେ, ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ।

ଧର୍ମଗଡ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର କାର୍ଯକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠିତ ସଚେତନତା ସଭାରେ ଗମ୍ଭାରୀଗୁଡା ଗ୍ରାମପଞ୍ଚାୟତର ସି ଆର ପି,ଏମବିକେ , ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଗ୍ରାମର ଯୁବତୀ ମାନେ ବହୁ ସଂଖ୍ୟାରେ ସାମିଲ ଥିବା ବେଳେ ଧର୍ମଗଡ ଶକ୍ତି ସଦନ ଗୃହ କାର୍ଯ୍ୟାଳୟର ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୩ ପାଳନ  

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

masiha

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

Leave a Comment

error: Content is protected !!