ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲେ ବ୍ଲକ ସାମ୍ବାଦିକ ସଂଘ 

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲେ ବ୍ଲକ ସାମ୍ବାଦିକ ସଂଘ 

କାମାକ୍ଷାନଗର (ମନିସ)22/9/25 — କଙ୍କଡାହାଡ଼ ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ କିଭଳି ହୋଇ ପାରିବ ସେ ନେଇ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କଙ୍କଡାହାଡ଼ ଠାରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ୧୩ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଏହି ବ୍ଲକ ୨୧ ଟି ପଞ୍ଚାୟତକୁ ନେଇ ଗଠିତ ।ଭୌଗଳିକ ଦୃଷ୍ଟି କୋଣରୁ ଏହି ବ୍ଲକ ୩ ଟି ଯୋନ କଙ୍କଡାହାଡ଼,ମହାବିରୋଡ଼ ଓ ବିରାସାଳ ହେଇଥିବା ବେଳେ ବ୍ଲକ ସଦର ମହକୁମା ଠାରୁ ଘାଗରାମୁଣ୍ଡା ଦୂରତା ୪୫ କିମି ଓ ମରୁଆବିଲ ୪୦ କିମି ଦୂରତା ରେ ଅବସ୍ଥିତ।ଅଞ୍ଚଳରେ ସମସ୍ୟା ଅନେକ ଥିବାବେଳେ ଅନେକ ଥର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଠାରୁ ଆରମ୍ଭ କରି ଇ-ଅଭିଯୋଗ, ଟୁଇଟ ମାଧ୍ୟମରେ ଜଣାଗଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି।ଆଜି ସାମ୍ବାଦିକ ସଙ୍ଘ ତରଫରୁ କଙ୍କଡାହାଡ଼ ଠାରେ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ ଜେଏମଏଫସି ଅଦାଲତ ନଥିବାରୁ ମହାବିରୋଡ଼ ଥାନା ଅଞ୍ଚଳର ୧୦ ଟି ପଞ୍ଚାୟତର ଲୋକମାନେ ପରଜଙ୍ଗ ଓ କଙ୍କଡାହାଡ଼ ଥାନା ଅଞ୍ଚଳର ୧୧ ଟି ପଞ୍ଚାୟତର ଲୋକମାନେ କାମାକ୍ଷାନଗର ଯାଇ ଅସୁବିଧାରେ ପଡ଼ୁଛନ୍ତି ।କଙ୍କଡାହାଡ଼ ଠାରେ ବସଷ୍ଟାଣ୍ଡ,ମହାବିରୋଡ଼-କଙ୍କଡାହାଡ଼ ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ସରକାରୀ ବସ ସେବା ଚାଲୁ,କଙ୍କଡାହାଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା,କଙ୍କଡାହାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ,କଙ୍କଡାହାଡ଼,ମହାବିରୋଡ଼ ଓ ବିରାଶାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଅନ୍ୟାନ୍ୟ ସମସ୍ୟା ,ମହାବିରୋଡ଼ ଠାରେ ଦମକଳ କେନ୍ଦ୍ର,ମହାବିରୋଡ଼ ଅତିରିକ୍ତ କୃଷି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ, କଙ୍କଡ଼ାହାଡ଼ ଓ ମହାବିରୋଡ଼ ଠାରେ ନୂତନ ବିଦ୍ୟୁତ ଗ୍ରୀଡ଼ ସ୍ଥାପନ,୧୪୯-ନମ୍ବର ଜାତୀୟ ରାଜପଥ ଭେଜିଆ ଛକ ଠାରୁ ଘାଗରାମୁଣ୍ଡା ହାଇସ୍କୁଲ ଛକ ପର୍ଯ୍ୟନ୍ତ ବାରମ୍ବାର ଦୁର୍ଘଟଣା ହେବାରୁ ଧନ ଜୀବନ କ୍ଷୟକ୍ଷତି ହେଉଛି ଏହି ସ୍ଥାନକୁ ବ୍ଲାକ ସ୍ପଟ,ରେଡିୟମ, ସତର୍କତା ସୂଚନା ଫଳକ,ଜାତୀୟ ରାଜପଥ ପାଟ୍ରୋଲିଂଙ୍ଗ,ଅପହଞ୍ଚ ପୁଟିପାଳ ଗାଁରେ ପ୍ରାଥମିକ ବିଦ୍ୟାଳୟ, ବାମ ପଂଚାୟତର ପାକଟମୁଣ୍ଡା,ଗାଣ୍ଡିଖୋଲ ଗ୍ରାମ ଓ ଘାଗରାମୁଣ୍ଡା ପଞ୍ଚାୟତର ମଝିକା ଓ ସୁନ୍ଦରମୁଣ୍ଡି,କାନ୍ତୁଲ ପଞ୍ଚାୟତ ପୁଟିପାଳ, ଏକୁଲ,କୋଟ, ସେକୁଲ ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଦଶୀପୁର ଉଚ୍ଚ ବିଦ୍ୟାଳୟ, ବାମ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ବିନା ବିଜ୍ଞାନ ଶିକ୍ଷକରେ ଶିକ୍ଷାଦାନ ଚାଲୁଥିବା ବେଳେ ଗତବର୍ଷ ସପ୍ତାହରେ ୩ ଦିନ ଡେପୁଟେସନ ଦିଆ ଯାଇଥିବା ଜଣେ ବିଜ୍ଞାନ ଶିକ୍ଷକଙ୍କୁ ୬ ଦିନ ଡେପୁଟେସନ ଦେବା,ବ୍ଲକ ସଦର ମହକୁମା ଠାରେ ସିସି ଟିଭି ଓ ରାସ୍ତାର ଆଲୋକିକରଣ ,ମହାବିରୋଡ଼ ଓ କଙ୍କଡାହାଡ଼ ଠାରେ ବିଦ୍ୟୁତ ନୂତନ ଗ୍ରୀଡ଼ ସ୍ଥାପଣା ପାଇଁ ଅଭିଯୋଗ ହୋଇଛି ।ଏହି ସମସ୍ତ ଅଭିଯୋଗ ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ ହେବାପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ।ଏହି ସ୍ମାରକପତ୍ର ଦେବାବେଳେ ସଙ୍ଘ ସଭାପତି ରାଜେଶ କୁମାର ଦେହୁରୀ, ସାଧାରଣ ସମ୍ପାଦକ ନବକିଶୋର ସାହୁ,ଉପ ସଭାପତି ଦୀପକ କୁମାର ସାହୁ, କୋଷାଧ୍ୟକ୍ଷ ଅରବିନ୍ଦ ପାଳ ,କ୍ଷୀରୋଦ ଦେହୁରୀ, ରିତେଶ ବ୍ରହ୍ମା,ଚଗଲା ଦେହୁରୀ,ରାଜୀବ ନାୟକ ପ୍ରମୁଖ ସଙ୍ଘର କର୍ମକର୍ତା ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ 

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏର ଆଦିବାସୀ ବିକାଶ ପ୍ରତି ଅଣଦେଖା ନେଇ ଭଂଜସେନାର ଦେଢ଼ ଘଣ୍ଟିଆ ଧାରଣା

Rayagada Sai Priya Walkers Club Organizes Heart Disease Awareness Camp

masiha

Leave a Comment

error: Content is protected !!