ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି ଔଇ ଏଫ୍ ଆଇ ର ୪୬ ତମ ପ୍ରତିଷ୍ଠା ଦିବସ ପାଳନ

ଡି ଔଇ ଏଫ୍ ଆଇ ର ୪୬ ତମ ପ୍ରତିଷ୍ଠା ଦିବସ ପାଳନ 

ରାଉରକେଲା ତା ୦୩/୧୧/୨୦୨୫ — ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ( ଡି ଔଇ ଏଫ୍ ଆଇ) ର ୪୬ ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନ ର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ସ୍ଥାନୀୟ ସେକ୍ଟର ୧୬ ଠାରେ ପତାକା ଉଉୋଳନ ଓ ସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ଜିଲ୍ଲା ସଭାପତି ଶେଖର ଶର୍ମା ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମ ରେ ସଂଗଠନ ର ପୂର୍ବତନ ଜିଲ୍ଲାପାଳ ସଭାପତି ତଥା ଆଇନଜୀବୀ ରାଜ କିଶୋର ପ୍ରଧାନ ଯୋଗଦେଇ କହିଥିଲେ ଯେ ଶହୀଦ ଭଗତ ସିଂହ ଙ୍କ ଆଦର୍ଶ ଓ ବିଚାରଧାରା କୁ ନେଇ ଆଜିର ଦିନରେ ନଭେମ୍ବର ୩ ତାରିଖ ୧୯୮୦ ମସିହାରେ ସଂଗ୍ରାମୀ ମାଟି ପଞ୍ଜାବ ର ଲୁଧିଆନା ସହରରେ ସଂଗଠନ ତାଙ୍କ ପ୍ରଥମ ସମ୍ମିଳନୀ କରି ପ୍ରତିଷ୍ଠା ଘୋଷଣା କରିଥିଲା। ଆଜି ଶହୀଦ ଭଗତ ସିଂହ ଙ୍କ ଦ୍ଵାରା ଗଠିତ ନୈଜବାନ ସଭା ର ୧୦୦ ତମ ବାର୍ଷିକୀ ପାଳନ ଡି ଔଇ ଏଫ୍ ଆଇ ପଞ୍ଜାବ ରେ ପାଳନ କରାଯାଉଥିବା ବେଳେ ବିଗତ ୪୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମସ୍ତଙ୍କୁ ଶିକ୍ଷା ଓ ଶିକ୍ଷା ଶେଷରେ ନିଯୁକ୍ତି, ବେକାର ଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି, ଅପସଂସ୍କୃତି ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଯୁବ ସମାଜ କୁ ଏକଜୁଟ କରି ଐକ୍ୟବଦ୍ଧ ଆନ୍ଦୋଳନ କରିବା ସହିତ ଏକ ସର୍ବବୃହତ ସଂଗଠନ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଜି ଦିନରେ ଶପଥ ନେବାକୁ ଆହ୍ବାନ କରିଥିଲେ।

    ଏହି କାର୍ଯ୍ୟକ୍ରମ ରେ ଡି ଔଇ ଏଫ୍ ଆଇ ରାଉରକେଲା ଆଂଚଳିକ କମିଟି ସଭାପତି ସତ୍ୟମ୍ ତନ୍ତୀ, ସଂପାଦକ ଲଲାଟେନ୍ଦୁ ନାୟକ, କାଞ୍ଚନୀ ଦେହୁରୀ, ପରେଶ୍ ମହାନ୍ତି, ପୂର୍ବତନ ଯୁବ ନେତା ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

masiha

ଶୋଚନୀୟ ଅବସ୍ଥାରେ ଖଇରା ଦମକଳ ଅଫିସ୍ ରାସ୍ତା, କେବେ ପଡିବ ପ୍ରଶାସନର ଦୃଷ୍ଟି

Sunil Chandra Nayak

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

masiha

Leave a Comment

error: Content is protected !!