ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଜରୁରୀ ବୈଠକ 

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଜରୁରୀ ବୈଠକ 

ଡାବୁଗାଁ, ୧୫/୨(ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାଦରମାହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଏକ ଜରୁରୀ ବୈଠକ ସଂଘ ସଭାପତି ବଲ୍ଲଭନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଏକ୍ସ–କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରୀମେଣ୍ଟ ପାଇବାରୁ ବଞ୍ଚିତ ଏକ୍ସ –କ୍ୟାଡର ଶିକ୍ଷକ ମାନଙ୍କୁ ଆୟକର, ସମ୍ପତ୍ତି ତାଲିକା ପ୍ରଦାନ, ଏକ୍ସ- କ୍ୟାଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସାଙ୍ଗଠନିକ ଏକତା ଉପରେ ଆଲୋଚନା ହୋଇଥିଲା | ଏଥିରେ ସଂଘ ଉପସଭାପତି ନରସିଂ ମାଝି, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, ପ୍ରଦୀପ କୁମାର ପାଢୀ, ଏମ. ଶ୍ରୀନିବାସ ରାଓ, ରବୀନ୍ଦ୍ରନାଥ ପ୍ରଧାନ, ନିରାକାର ପ୍ରଧାନ, ଉଦରନ ଭତ୍ରା, ଡମଣା ମେହେରା, ରଞ୍ଜିତ ଗୁପ୍ତା, ମୀନକେତନ ଚମ୍ପତ୍ତିରାୟ ଓ ଦୁର୍ଗା ରଥ ଙ୍କ ସମେତ ସମସ୍ତ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଶେଷରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ସଫା କରାଯାଇଥିଲା |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ କଳାହାଣ୍ଡି ଉତ୍ସବ ଘୁମୁରା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

Sunil Chandra Nayak

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

Leave a Comment

error: Content is protected !!