ତେନ୍ତୁଳିଖୁଣ୍ଟି ୧୩/୦୬/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ ର ଅନେକ ପଞ୍ଚାୟତ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ହିତାଧିକାରୀ ଙ୍କୁ ଦିଆ ଯାଉଥିବା ଚାଉଳ ଠିକ ସମୟରେ ଠିକ ପରିମାଣ ରେ ଠିକ ଭାବେ ହିତାଧିକାରୀ ପାଉନଥିବା ଅଭିଯୋଗ ହେଉଛି। ଯେଉଁ ମାସର ସେହି ମାସ ପରିବର୍ତ୍ତେ କାହାର ସୁବିଧା ପାଇଁ ଏକା ଥରକେ ତିନି ମାସ ତ କେବେ ଦୁଇ ମାସ ର ଚାଉଳ ଦିଆ ଯାଉଛି କେଜାଣି ? ଏଥିପାଇଁ ତିନି ମାସ ର ରସିଦ କାଟି ଦୁଇ ମାସ ର ଦିଆଯାଇଥିବା ଅଭିଯୋଗ ଦିଗି ଝରିଗୁମ୍ମା , କଣ୍ଟା ଗାଁ କଂ ଗ୍ରା ପଞ୍ଚାୟତ ରେ ଚଳିତ ଥର ଅଭିଯୋଗ ହୋଇଛି। ନିରକ୍ଷର ହିତାଧିକାରୀ କେତେ ମାସ ର ରସିଦ କାଟୁଛନ୍ତି ଜାଣୁ ନାହାନ୍ତି ସେମାନଙ୍କ ଚାଉଳ ମଧ୍ୟ ହଡ଼ପ ହୋଇ ଥିବା ସମ୍ଭାବନା ରହୁଛି। ଯେପରି ଚଳିତ ମାସ ରେ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ର ଆଭ୍ୟନ୍ତରୀଣ ଅଞ୍ଚଳ ଭାବେ ଖ୍ୟାତ ଢା କୁଳ ଗୁଡା ,କାଦମାଲି , କପାଟସିଲ ,ବଗେଇ ପଦର ,ଖୁଣ୍ଟି ପଦର ,କାନ୍ଦ୍ରାଗୁଡା ନୂଆଗୁଡା ଗ୍ରାମବାସୀ ଙ୍କୁ ରାସନ ଦିଆଯାଇନି। ଅଥଚନ ପଞ୍ଚାୟତ ଷ୍ଟକ ରେ ସେହି ବାବଦ ର 290 କ୍ୱିଣ୍ଟାଲ ଚାଉଳ ନାହିଁ। ଗ୍ରାମବାସୀ ଙ୍କ ଅଭିଯୋଗ ପରେ ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ତଦନ୍ତ ପରେ ଜଣା ପଡ଼ିଛି। ଯୋଗାଣ ସହାୟକ ଆସନ୍ତା କାଲି ଯୋଗାଇଦେବେ ବୋଲି କହିଥିବା ମାଝୀ କହିଛନ୍ତି। କିନ୍ତୁ ପ୍ରଶ୍ନ ଉଠେ ଷ୍ଟକ ଗଲା କୁଆଡେ ? ଯଦି କମ ଆସିଥିଲା ବଣ୍ଟନ ବେଳେ ପ୍ରାଥମିକତା ଆଭ୍ୟନ୍ତରୀଣ ଇଲାକା କୁ କାହିଁକି ପ୍ରା ଧା ନ୍ୟ ଦିଆ ଗଲାନି ?ଅଭିଯୋଗ ଓ ତଦନ୍ତ ପରେ କାହିଁକି ସମୟ ମାଗୁଛନ୍ତି ଯୋଗାଣ ସହାୟକ ? ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ରେ ତିନି ମାସ ର ଚାଉଳ ଗାଏବ ଘଟଣା ପରେ ମଧ୍ୟ ରାସନ ଯୋଗାଣ ରେ ଅନିୟମିତତା ହେଉଥିବାରୁ ଭିତିରି ସଲାସୁତୁରା ରେ ସବୁ ଚାଲୁଥିବା ଅଭିଯୋଗ ହେଉଛି। ସେହିଭଳି କାମତା ପଞ୍ଚାୟତ ରେ ତିନି କେଜି କାଟି ଦେଉଥିବାରୁ ଚାଉଳ ନେବାକୁ ହିତାଧିକାରୀ ରାଜି ହେଉନଥିବା ପ୍ରକାଶ। ପ୍ରତି ବଣ୍ଟନ ବେଳେ ରସିଦ ନ କାଟିବା ଓ ଚାଉଳ ନେଉନଥିବା ଯୋଗୁଁ ଷ୍ଟକ ରହୁଛି ପଂଚାୟତ ରେ ଏଣୁ କମ ଚାଉଳ ଆସୁଛି ବୋଲି ସଫେଇ ଦେଉଛନ୍ତି କିଛି ଯୋଗାଣ ସହାୟକ। ଏଣୁ ସମସ୍ୟା ହେଉଛି ବୋଲି କହନ୍ତି। ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ରେ ଆଜି ଯାଏଁ ଅଫ ଲାଇନ ରେ ହିଁ ଚାଉଳ ଦିଆ ଯାଉଛି । ସେଠାରେ କଣ ପ୍ରତି ହିତାଧିକାରୀଙ୍କ ପାଖକୁ ଯାଇ ଠିକ ରୂପେ ରାସନ ପାଉଥିବା କେବେ ଯାଞ୍ଚ ହୋଇଛି କି ? ପ୍ରତ୍ୟେକ ପଞ୍ଚାୟତ ନିଜ ପଞ୍ଚାୟତ ର ଜନ୍ମ ମୃତ୍ୟୁ ପଞ୍ଜିକରଣ ତାଲିକା ରଖିବା ନିୟମ ରହିଛି ସେହି ଆଧାର ରେ ଯେଉଁ ହିତାଧିକାରୀ ଙ୍କ ମୃତ୍ୟୁ ପରେ ତା ବାବଦ ରାସନ ତତ୍କାଳ କାଟିବା ପାଇଁ ବ୍ୟବସ୍ଥା କରାଯାଉଛି କି? ଯଦି ନା କେତେ ମାସ ପରେ ବା କେବେ ମୃତକ ଙ୍କ ନାମ ରାସନ ତାଲିକାରୁ କଟୁଛି। ଏବଂ ଜନ୍ମ ହୋଇଥିବା ପରିବାର ସଦସ୍ୟ ଙ୍କ ନାମ ସଲଗ୍ନ କେବେ କରୁଛନ୍ତି ? ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ର ଖାଦ୍ୟ ସୁରକ୍ଷା ଆଇନ ରେ ହିତାଧିକାରୀ ଙ୍କ ମତାମତ ଓ ଷ୍ଟକ ପ୍ରତ୍ୟେକ ମାସ ବଣ୍ଟନ ପରେଯାଞ୍ଚ ର ଅଵଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ମତ ଦିଅନ୍ତି।