ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡିଜେଲ ଚୋରୀ ମାମଲାରେ ଜଣେ ନାବାଳିକା ସମେତ ୩ କୋର୍ଟ ଚାଲାଣ , ଦୁଇ ଫେରାର

 ମୟୂରଭଞ୍ଜ -୧୩/୬ (ମସିହା) ଚୋରୀ ତ ଚୋରୀ ଡିଜେଲ ଚୋରୀ ।ଆଗେ ଘରୁ ,ରାସ୍ତାଘାଟ,ବାଇକ,ଟ୍ରକ,ଲୁହାପଥର,ଗୋରୁ ଚୋରୀ ହେଉଥିଲା ।ଏବେ ଆଉ ଗୋଟେ ଚୋର ଦଳ ବାହାରିଛନ୍ତି ତୈଳ ଚୋର ମାନେ ଡିଜେଲ ଚୋର ।ଘୋର କାଳ ରାତ୍ରରେ ରାସ୍ତା କଡ଼ରେ ଥିବା ଟ୍ରକରୁ ଆଧୁନିକ ଉପରେ ଡିଜେଲ ଚୋରୀ କରି ମାଲେମାଲ ହେଉଛନ୍ତି ।ଟ୍ରକ ମାଲିକ ଫାଙ୍କା । ମୁଣ୍ଡ ତାଙ୍କର ଗୁଡୁମ୍ । ରାତି ପାହିଲେ ପରିବହନ କରିଥାନ୍ତା । ଦେଖିଲାବେଳକୁ ଟାଙ୍କି ଖାଲି ।ଏଭଳି ଘଟଣା ବାମନଘାଟି ଆଖପାଖ ଅଂଚଳରେ ବୃଦ୍ଧି ପାଉଛି ।ରାତିରେ ଗାଡ଼ି ମାଲିକ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି ।ଚିତା କାଟି ଦେଉଛନ୍ତି ଡିଜେଲ ମାଫିଆ ।ପୋଲିସର ମଧ୍ୟ ଚିନ୍ତା ମାଡ଼ି ଯାଇଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅଁଳାଡୁବାର ଗାଡ଼ି ମାଲିକ ମୋହନ ମହାନ୍ତ । ତାଙ୍କ ଗାଡ଼ି ନମ୍ବର OR 11k8187 ।ରବିବାର ରାତିରେ କିଛି ଦୁବୃର୍ତ୍ତ ତାଙ୍କ ଟ୍ରକ ଅଁଳାଡୁବାରେ ଥିବା ଵେଳେ ମଧ୍ଯ ରାତ୍ରର ସୁଯୋଗ ନେଇ ୯୦ ଲିଟର ଡିଜେଲ ଚୋରୀ କରି ନେଇଥିଲେ । ଏହାକୁ ନେଇ ସେ ସୋମବାର ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ୧୬୮/୨୩ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ।ତଦନ୍ତରୁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମନ୍ଦିର ସାହିର କୁନୁ ସାହୁଙ୍କୁ ଅଟକ ରଖି ଜେରା କରିବା ସମୟରେ ବହୁ ତଥ୍ୟ ପାଇଥିଲେ ।କୁନୁ ସାହୁ , ରାଇରଙ୍ଗପୁର ଅଁଳାଡୁବାର ଜଣେ ନାବାଳକ ସମେତ ଆଉ ଦୁଇଜଣ ଡିଜେଲ ଚୋରୀ ମାମଲାରେ ସାମିଲ ଥିଲେ । ସେମାନେ ଡିଜେଲକୁ ସାନପାଖଣା ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କୁ ଡିଜେଲ ବିକ୍ରି କରିଥିଲେ ।ପୋଲିସ କୁନୁ ସାହୁ ଏବଂ କୃଷ୍ଣଚନ୍ଦ୍ର ବାରିକ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାରିପଦା ଜୁଭେନିଆଲ କୋର୍ଟକୁ ଆଜି ଚାଲାଣ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

Sunil Chandra Nayak

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

masiha

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

Sunil Chandra Nayak

Leave a Comment

error: Content is protected !!