ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର– (ମସିହା)ଆଜି କୋରାପୁଟ ଜିଲ୍ଲା ଜୟପୁର ବିଜେପି ସେଲ ତରଫରୁ ଏକ ସୌଜନ୍ୟମୁଳକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ! ଶ୍ରୀ ଅଶୋକ ମିଶ୍ରଙ୍କ ସଭାପତିତ୍ୱ ରେ ବିଜେପି ବରିଷ୍ଟ ବୁଦ୍ଧିଜୀବି ସେଲଙ୍କ ନେତୃତ୍ୱରେ ହୋଟେଲ ମାଉଣ୍ଟ ଭେଲିରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ପି. ପୁରେନ୍ଦସ୍ୱରି, ଓଡ଼ିଶା ପ୍ରଭାରୀ ତଥା ଏକ୍ସଟର୍ଣାଲ ମିନିଷ୍ଟର ! ଏନ୍. ସୁମନ୍ତ ପ୍ରଧାନ କୋରାପୁଟ ବିଜେପି ସଭାପତି ଆଜି ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ! ଜୟପୁର ଟାଉନର ଚାମ୍ୱର ଅଫ କମର୍ସ, କାଜୁ ଇଣ୍ଡଷ୍ଟ୍ରି ଆସୋସିଏସନ୍, ମିଲର ଆସୋସିଏସନ୍, ଜ୍ୱେଲରୀ ଆସୋସିଏସନ୍, ଅଟୋ ମୋବାଇଲ୍ ଆସୋସିଏସନ୍, ରୋଟାରୀ କ୍ଲବ ପ୍ରାଇଡ ଏନ୍ ଜୟପୁର, ଡେଲି ମାର୍କେଟ ଆସୋସିଏସନ୍, ସିଟିଜନ କମିଟି ଓ ବହୁ ବୁଦ୍ଧିଜୀବି ବ୍ୟଙ୍କ ସେକ୍ଟର ରୁ ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ! ମୋଦିଜୀଙ୍କ ବିକାଶ ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ ଓ ସ୍ଥାନୀୟ ନେତାଙ୍କ ଅବହେଳା ଯୋଗୁଁ ସେଣ୍ଟ୍ରାଲ ସ୍କୁଲ ଏବଂ ଅନ୍ୟ କୌଣସି ବଡ଼ ଇଣ୍ଡଷ୍ଟ୍ରିଗୁଡ଼ିକ ହୋଇପାରିଲା ନାହିଁ ବୋଲି କହିଥିଲେ l ମୋଦୀଙ୍କ ବିକାଶ ଧାରା ଉପରେ ଆଲୋଚନା କରିବାସହ ରାଜ୍ୟ ସରକାର ଉପରେ ସମୋଲୋଚନା କରିଥିଲେ l ଶେଷରେ ବିଜେପି ଗୌତମ ସାମନ୍ତରାୟ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି  ମହମ୍ମଦ ସାହେବ ଙ୍କୁ କେସିଙ୍ଗା କଂଗ୍ରେସ ଦ୍ବାରା ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

Leave a Comment

error: Content is protected !!