ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏମ ପି ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ

କଂଗ୍ରେସ ଦଳ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏମ ପି ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି ୦୮/୦୫/୨୪ // ତେନ୍ତୁଳିଖୁଣ୍ଟି ବ୍ଲକ ର ପୂଜାରିଗୁଡ଼ା ଗ୍ରାମ ରେ ଆୟୋଜିତ ହୋଇ ଯାଇଛି ବ୍ଲକ ସ୍ତରୀୟ କର୍ମୀ ସମ୍ମଳନୀ । ଏହି ଅବସରରେ ପ୍ରାୟ 5୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଦଳର କର୍ମୀ ଓ ନେତା ଏମ ପି ପ୍ରାର୍ଥୀ ଭୁଜବଳ ମାଝୀ ଙ୍କ ଉପସ୍ଥିତିରେ ରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏମ ପି ପ୍ରାର୍ଥୀ ଭୂଜବଳ ଓ ବିଧାୟକ ପ୍ରାର୍ଥୀ ଦିଲୀପ ଙ୍କ ପ୍ରତି ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରତି ପଞ୍ଚାୟତ ରେ ସମର୍ଥନ ଦିନ କୁ ଦିନ ବୃଦ୍ଧି ପାଉଛି। ଉଭୟଙ୍କ ସରଳ ଜୀବନଯାପନ ଶୈଳୀ ,ଉଭୟ ଦୀର୍ଘ ବର୍ଷ କ୍ଷମତା ରେ ରହି ଦୁର୍ନୀତି ର ଦାଗ ନ ଥାଇ ସେବା ମନୋବୃତିି ପାଇଁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଠାରୁ ଦୁର୍ନୀତି ମୁକ୍ତ ପ୍ରିୟା ପ୍ରୀତି ମୁକ୍ତ ଶାସନ ଆଶାରେ କଂଗ୍ରେସ ଦଳରେ ସାମିଲ ହେଉଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ନବରଙ୍ଗପୁର ଏମ ପି ପ୍ରାର୍ଥୀ ଭୁଜବଳ କଂଗ୍ରେସ୍ ଦଳର ଦଶ ଗ୍ୟାରେଣ୍ଟି ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଅନ୍ୟ ଦଳ ଠାରୁ କଂଗ୍ରେସ କିଭଳି ସ୍ଵତନ୍ତ୍ର ଏହା ତେଲେଙ୍ଗାନା ଓ କର୍ଣ୍ଣାଟକ ରେ ସରକାର କରି ଦେଖାଉଛନ୍ତି ବୋଲି କହିଥିଲେ। ଡମ୍ବରୁ ବାଗ ,,ସୁବାସ କ୍ଷୀର ହରିଜନ ,ଦିଲୀପ ଗୌଡ , ଅଭିନ୍ନ ବାଗ ଯୁଝେଷ୍ଟି ଦଳେଇ ,ଅକ୍ଷୟ ହରିଜନ ନିକୁ ନାଗ,ମିନ୍ତୁ ନାଗ ,ଦିବନ୍ ବଗ, ବଂଶୀ ହରିଜନ ତପନ ବିଷୋୟୀ , ଜଗବନ୍ଧୁ ବିଷୋୟୀ, , ମଣ୍ଟ ହରିଜନ , ଜୁଝେଷ୍ଟିଗୌଡ ,ସମେତ ଚାଳିଶ ରୁ ଉର୍ଦ୍ଧ୍ବ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ସ୍ବାଗତ କରିଥିଲେ। ପୂର୍ବତନ ଲ୍ୟାମ୍ପ୍ ଏମ ଡି ବସନ୍ତ ପାଣିଗ୍ରାହୀ କହିଥିଲେ ସମାଜର ତଳ ସ୍ତରର ଥିବା ଦଳିତ ଓ ଆଦିବାସୀ ଙ୍କ ଠାରୁ ପଛୁଆ ବର୍ଗ ସଭିଁଙ୍କ ପାଇଁ ଦଳ ର ଇସ୍ତାହାର ରେ ଏଜେଣ୍ଡା ରହିଛି । ପି ସି ସି ସମ୍ପାଦିକା ପି ନାଗ ରତ୍ନମା କେବଳ କଂଗ୍ରେସ ଦଳ ଅତୀତରେ କୃଶକ ଙ୍କ ରଣ ଛାଡ କରିଥିଲା। ସମସ୍ତ ଙ୍କ କଥା ଚିନ୍ତା କରି ଇସ୍ତାହାର ରେ ରଖୁଛି ବୋଲି କହିଥିଲେ।ଏହି ବୈଠକ ରେ ଦଳ ର ଦଶ ଗ୍ୟାରେଣ୍ଟି କୁ ପ୍ରତି ଭୋଟର ପାଖ ରେ ପହଞ୍ଚାଇ ଦଳ ପାଇଁ ଭୋଟ ମାଗିବାକୁ ଶପଥ ନେଇଥିଲେ ନୂତନ ଭାବେ ଯୋଗ ଦେଇଥିବା କର୍ମକର୍ତ୍ତା। ନବରଂଗପୁର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରୁ ଯିବା ପରଠାରୁ ଅବହେଳିତ ହେବା ସହ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇଛନ୍ତି। ଏଣୁ କଂଗ୍ରେସ କୁ ପୁନଃ କ୍ଷମତା କୁ ଆଣି ପୂର୍ବ ଗୌରବ ଆଣିବାକୁ ଆହ୍ବାନ ଦେଇଥିଲେ ଭୀମସେନ ପାଣିଗ୍ରାହୀ। ରେଳ ,କଳ ଜଳ ସ୍ବପ୍ନ ଦେଖାଇ 24 ବର୍ଷ ବିତି ଯାଇଛି ଏଣୁ ନୂତନ ଓଡ଼ିଶା ଓ ସମୃଦ୍ଧ ନବରଙ୍ଗପୁର ପାଇଁ କଂଗ୍ରେସ କୁ କ୍ଷମତା କୁ ଆଣିବାକୁ ଉପସ୍ଥିତ ଦଳୀୟ ପ୍ରଚାର କମିଟି ର ଅଧ୍ୟକ୍ଷ ଦ୍ବାରିକା ମହାପାତ୍ର ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶୋର ସିଂ , କୁମର , କଂଗ୍ରେସ ଦଳ ସମର୍ଥିତ 7 ପଂଚାୟତ r ସରପଞ୍ଚ 6 ସମିତି ସଭ୍ୟ , ଦୁର୍ଯ୍ୟୋଧନ ହରିଜନ ସୁନିଲ ସିଂ ,ଭଗବାନ ବିଷୋୟୀ, ଚିଦାନନ୍ଦ ସାହୁ ,,ପୂର୍ବତନ ସରପଂଚ ବିଶ୍ଵନାଥ ସିଂ ପ୍ରମୁଖ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମୀ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

କେନ୍ଦ୍ର ବିରୋଧରେ ବିଜେଡି ର ଜୋରଦାର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ଚନ୍ଦାହାଣ୍ଡି ମଣ୍ଡଳ ପ୍ରବାସ ବୈଠକ

Sunil Chandra Nayak

Leave a Comment

error: Content is protected !!