ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

ଜୁନାଗଡ଼,୨୮/୪ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଓ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡକୁଲ୍ ଗ୍ରାମର ଶତାଧିକ ଭୁଲିଆ ପରିବାର ର ପୁରୁଷ ଓ ମହିଳା ଙ୍କ ମିଳିତ ଉଦ୍ୟମକ୍ରମେ ବୁଢ଼ୀପଦର୍ ଠାରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ଭୁଲିଆ ସମାଜ ବିକାଶ ପରିଷଦ ର ଉପସଭାପତି ନରୋତ୍ତମ ମେହେର ଙ୍କ ସଭାପତିତ୍ବ ରେ ଉଭୟ ଗ୍ରାମ ତରଫରୁ ଅଖିଳଚନ୍ଦ୍ର ମେହେର, ଭୋଲାନାଥ ମେହେର,ବିଘ୍ନରାଜ ମେହେର, ପ୍ରସନ୍ନ ମେହେର ଆଦି ସେମାନଙ୍କୁ କିପରି ଅପମାନ ଓ ନିଜ ଅଧିକାରୀରୁ ବଞ୍ଚିତ କରାଯାଉଛି ସେ ସବୁର ବିବରଣୀ ରଖିଥିଲେ ।ବିକାଶ ପରିଷଦ ର ସଂପାଦକ ବସନ୍ତ ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବୁଢ଼ୀ ପଦର୍ ଓ ପଣ୍ଡକୁଲ ର ଭୁଲିଆମାନଙ୍କୁ ତଥାକଥିତ ପ୍ରତିଷ୍ଠିତ ସାମାଜିକ କର୍ମକର୍ତ୍ତା ମାନେ ଭୁଲିଆ ବୋଲି ଗ୍ରହଣ କରୁନଥିବା ରୁ ଉଦବେଗ ପ୍ରକାଶ କରିଥିଲେ।ତମିଆ ଆଂଚଳିକ ଭୁଲିଆ ସମାଜ ସଭାପତି ତଥା ରାଜ୍ୟପୁରସ୍କୃତ ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଜରାଜ ମେହେର ତାଙ୍କର ଦୀର୍ଘ ବକ୍ତବ୍ୟ ରଖି ଉକ୍ତ ଗ୍ରାମର ଲୋକ ଖାଣ୍ଟି ଭୁଲିଆ ବୋଲି ଅନେକ ପ୍ରମାଣ ରଖିବା ସହିତ ,ଏଣିକି କେହି ଯଦି ଏମାନଙ୍କୁ ଟୋଲ କହନ୍ତି, ସେମାନଙ୍କ ନାମରେ ମାନହାନି ମୋକଦ୍ଦମା ରୁଜ୍ଜୁ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଆଂଚଳିକ ଭୁଲିଆ ସମାଜର ସଭାପତି/ସଂପାଦକ ଯଥା ଭୁବନ ମେହେର, ଖୁଟସମଲେଇ, ଜଗନ୍ନାଥ ମେହେର,ଦମାଇପଳି,ହରିରାମ ମେହେର, ଗୁହୁରିଆପଦର୍, ଦିଆଲୁ ମେହେର, ଝର୍ଣୀ, ଲକ୍ଷ୍ମଣ ମେହେର, ବନେଇମୁଣ୍ଡା, ମହାଦେବ ମେହେର, ତମ୍ବିପଦର୍, ଘନଶ୍ୟାମ ମେହେର, କୁତମୁଡ଼ା,କ୍ଷେତ୍ର ମେହେର, ସେମ୍ଲା,ରାଧେଶ୍ୟାମ ମେହେର, ସାହାଜପାଣି, କୁସଧ୍ୱଜ ମେହେର, ଦେଦୋରୋ ଆଦି ସେମାନଙ୍କୁ ଭୁଲିଆ ସମାଜ ବିକାଶ ପରିଷଦ ଭୁଲିଆ ବୋଲି ଗ୍ରହଣ କରି ସମାଜର ମୂଖ୍ୟ ସ୍ରୋତ ରେ ସାମିଲ କରିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।ସମସ୍ତଙ୍କ ବକ୍ତବ୍ୟ ଓ ମତାମତ କୁ ସମ୍ମାନ ଜଣାଇ ଗ୍ରାମବାସୀଙ୍କ ପ୍ରଦତ୍ତ ଦଲିଲ,ଦସ୍ତାବିଜ୍ କୁ ନିରୀକ୍ଷଣ କରି ସଭାପତି ନରୋତ୍ତମ ମେହେର ଦୁଇ ଗ୍ରାମର ଉକ୍ତ ଅବହେଳିତ ଓ ନିଜ ହକ୍ ରୁ ବଞ୍ଚିତ ଲୋକଙ୍କୁ ଭୁଲିଆ ବୋଲି ଗ୍ରହଣ କରି ବିକାଶ ପରିଷଦ ର ପରିଚୟ ପତ୍ର ପ୍ରଦାନ କରିଥିଲେ। ଶେଷରେ ନୀଳାଞ୍ଚଳ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

Leave a Comment

error: Content is protected !!