ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

ଡାବୁଗାଁ, ୨୨/୧ (ମ.ନ.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ବୁଧବାର ଅପରାହ୍ନ ୨ ଘ ସମୟରେ ଉଦଯାପିତ ହୋଇଯାଇଛି l ପ୍ରଶିକ୍ଷୀକା ଭାବେ ମାଳିଗୁଡ଼ା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମଣ୍ଡଳ ପ୍ରଶିକ୍ଷଣ ଦେଇଥିଲେ l ଆଜି କାଲି ଦୁନିଆରେ ଝିଅ ମାନଙ୍କ ସୁରକ୍ଷା ନିହାତି ଜରୁରୀ ହୋଇ ପଡୁଥିବା ବେଳେ ଆତ୍ମ ରକ୍ଷା ପ୍ରଶିକ୍ଷଣର ପ୍ରୟୋଜନ ଅତ୍ୟନ୍ତ ଜରୁରୀ l ଆତ୍ମ ରକ୍ଷା ପ୍ରଶିକ୍ଷଣ ରେ ସମସ୍ତ କୌଶଳ ଛାତ୍ରୀମାନେ ଧ୍ୟାନର ସହ ମନେ ରଖି ଅସୁବିଧା ସମୟରେ ପ୍ରୟୋଗ କରି ନିଜେ ନିଜକୁ ସୁରକ୍ଷା ଦେଇ ପାରିବେ ଏଥିରେ ଦ୍ଵିମତ ନାହିଁ l ଏଭଳି ତାଲିମ ପ୍ରତ୍ୟେକ ଛାତ୍ରୀ ମାନଙ୍କ ପାଇଁ ନିହାତି ଜରୁରୀ l ଉକ୍ତ ତାଲିମ ଛାତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷା କବଚ ହେବ l ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ | ଏଥିରେ ଅଧ୍ୟାପକ ସନ୍ତୋଷ କୁମାର ସିଂ ଲାଲ, ଲିପୁ ଚନ୍ଦ୍ର ମାଝୀ, ପଦମ ଭତ୍ରl, ସରୋଜ ବୋଡ଼କିଆ,ପ୍ରଦୀପ ଭତ୍ରl, ଅଧ୍ୟାପିକା ଖୁଲଣାବତୀ ପୂଜାରୀ ,ରଶ୍ମିତା ପାଢୀ, ଶୁଭସ୍ମିତା ଭୂଷଣ, ଚିନ୍ମୟୀ ସୁନ୍ଦରା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସଂଯୋଜିକା ତଥା ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନି ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ତାଲିମରେ ୧୭୬ ଜଣ ଛାତ୍ରୀ ତାଲିମ ନେଇଥିବା ବେଳେ ସମସ୍ତ ଛାତ୍ରୀ ମାନଙ୍କୁ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ପ୍ରଦାନ କରାଯାଇଥିଲା l ସମସ୍ତ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ତାଲିମ ର ସଦୁପଯୋଗ କରାଇବାକୁ ପରାମର୍ଶ ଦେଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ପୌର ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

masiha

ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭର ସିଧାପ୍ରସାରଣ 

masiha

ଛାତ୍ର ଅଭିଭାବକଙ୍କ ଛାତ୍ରୀକୁ ମାଡ଼ ଅଭିଯୋଗରେ ସ୍କୁଲ ସମ୍ମୁଖରେ ଛାତ୍ରୀ ଅଭିଭାବକଙ୍କ ଧାରଣା     

masiha

Leave a Comment

error: Content is protected !!