ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପିତ 

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପିତ 

ମୟୂରଭଞ୍ଜ :—–ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ମହାବିଦ୍ୟାଳୟ ରାଇରଙ୍ଗପୁର କଲେଜରେ ଅଧ୍ୟୟନରତ ଛାତ୍ରୀଙ୍କ ପାଇଁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଅଛି l କଲେଜର ଅଧ୍ୟକ୍ଷ ତଥା ଇଂରାଜୀ ଶିକ୍ଷାବିତ୍ ଶ୍ରୀସୁନୀଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ହେମନ୍ତ କୁମାର ଗିରି ଯୋଗଦାନ ଦେଇ ସାମ୍ପ୍ରତିକ ସମୟରେ ଏହି ପ୍ରଶିକ୍ଷଣ ଶିବିରର ମହତ୍ତ୍ୱ ଓ ନାରୀର ଉନ୍ନତି ଯେ ସମଗ୍ର ଦେଶ ଓ ଜାତିର ଉନ୍ନତି ଏହା ହିଁ ତାଙ୍କ ବକ୍ତବ୍ୟର ସାରମର୍ମ ରଖିଥିଲେ l ସମ୍ମାନିତ ଅତିଥିଭାବେ ଉଦ୍ଭିଦବିଜ୍ଞାନର ପ୍ରାଧ୍ୟାପକ ଡ. ବୀରନାରାୟଣ ଚ୍ୟାଉପଟ୍ଟନାୟକ ମଞ୍ଚlସୀନ ହୋଇ ବର୍ତ୍ତମାନ ସମୟରେ ଛାତ୍ରୀମାନେ କିପରି ବିଭିନ୍ନ ସ୍ତରରେ ନିଜର ପାରଦର୍ଶିତା ରଖିଆସୁଛନ୍ତି ଏବଂ ପୁରାଣ, ଇତିହାସର ବିଭିନ୍ନ ଉଦାହରଣ ଦେଇ ନାରୀ ଯେ ଶକ୍ତିମୟୀ, ସଂହାରକାରିଣୀ ଏହାର ପ୍ରlସଙ୍ଗିକତା ଉପରେ ସେ ମତ ରଖିଥିଲେ l ମୁଖ୍ୟଵକ୍ତା ଭାବେ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ବିଭୁତିଭୂଷଣ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଏହି ପ୍ରଶିକ୍ଷଣରୁ ଶିକ୍ଷାଲାଭ କରିଥିବା ବିଭିନ୍ନ କୌଶଳକୁ ଆଗାମୀଦିନରେ ଅଭ୍ୟାସରତ ହେବାକୁ ଓ ନିଜର ପରିବାର ଓ ଭବିଷ୍ୟତ ଜୀବନକୁ ସୁରକ୍ଷା ଓ ସୁନ୍ଦର କରିବାକୁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଵକ୍ତାଭାବେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ ମିଲନ ମହାନ୍ତ ନିଜର ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ନାରୀ ସଶକ୍ତି କରଣର ବାର୍ତ୍ତା ମଧ୍ୟ ରଖିଥିଲେ l ମାଷ୍ଟର ଟ୍ରେନର ଆରତୀ ମହାନ୍ତ, ରାକ୍ଷୀ ସୋରେନ ନିଜ ନିଜର କ୍ଷେତ୍ର ଅଭିଭାଷଣ ରଖିଥିଲେ l ଶିବିରର ସଂଯୋଜିକା ଡ. ତନ୍ମୟୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ବସ୍ତୁବାଦୀ ଦୁନିଆରେ ଦେଶ ଯେତେ ଆଗକୁ ବଢୁଛି ମାନବ ସମାଜର ସାମାଜିକ ଓ ମାନବୀୟ ମୂଲ୍ୟବୋଧ ହ୍ରାସ ପାଉଛି । ପାରିବାରିକ ହିଂସା, ଶାରିରୀକ ହିଂସା,ଯୌନ ଉତ୍ପୀଡନ, ପଡୋଶୀ ସହିତ ସଂପର୍କ ଖରାପ ହେବା ,ଲୁଟେରା,ଛିନତାଇ,ଡକାୟତି,ଅଗ୍ନି ବିପତ୍ତି ,ବାତ୍ୟା ବିପତ୍ତି,ସଡ଼କ ଦୁର୍ଘଟଣା ଭଳି ବହୁ କିଛି ଦୁର୍ଘଟଣା ଦିନକୁ ଦିନ ବହୁ ମାତ୍ରାରେ ବୃଦ୍ଧି ପାଉଛି । ତେଣୁ ଆତ୍ମ ସୁରକ୍ଷା ଉପରେ ସମସ୍ତେ ସଚେତନ ହେବା ଉଚିତ ।କିଛିଟା ମାତ୍ରାରେ ତ ନିଜକୁ ରକ୍ଷା କରିବାରେ ସହାୟକ ହେବ ।ନଚେତ କୋଲକାତାର ଆର ଜି କର ସରକାରୀ ମେଡିକାଲ କଲେଜର ଯୌନ ପିପାସୁ କବଳରେ ନିରୀହ ଡାକ୍ତରାଣୀର ବଳାତ୍କାର ସହ ହତ୍ୟା ହୋଇ ନ ଥାନ୍ତା । ଆଜିର ଦୁନିଆରେ ମଣିଷ ପଶୁଠାରୁ ମଧ୍ୟ ହିଂସ୍ର । ତେଣୁ କି ପୁରୁଷ କି ମହିଳା ସମସ୍ତଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ନେବା ଉଚିତ ଏବଂ ଅନ୍ୟକୁ ମଧ୍ୟ ସଚେତନ କରାଇବା ଆବଶ୍ୟକ ଅଟେ । ସଂଯୋଜିକା ମେନକା ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରୀମାନଙ୍କୁ ନିଜର ପ୍ରମାଣପତ୍ର ପ୍ରଦାନ କରାଯିବାସହ ଦକ୍ଷଛାତ୍ରୀମାନେ ମଞ୍ଚ ସମ୍ମୁଖରେ ନିଜର ପାରଦର୍ଶିତା ଦେଖାଇଥିଲେ l ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିଲେ lଏହି ପ୍ରଶିକ୍ଷଣ ଶିବିରରେ ୪୦୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରଶିକ୍ଷିତ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

masiha

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!