ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଡାକ ବଙ୍ଗଳା ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ନୂତନ ଡାକ ବଙ୍ଗଳା ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ଆସିକା,୧୫/୫/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ବିଧାନସଭା ଅନ୍ତର୍ଗତ ନୁଆଁ ବାବନପୁର ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ୦୨. କୋଟି ୨୩ ଲକ୍ଷ ବ୍ୟୟ ରେ ନିର୍ମିତ ନୂତନ ଡାକ ବଙ୍ଗଳା ନିର୍ମାଣ ପାଇଁ ଶୁଭ ଦେଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ l ଆଜି ଆସିକା ବିଜେପି କାର୍ଯ୍ୟାଳୟରୁ ଏକ ମୋଟର ସାଇକେଲ ରେ ରାଲିରେ ବାହାରି ନୁଆଁ ବାବନପୁର ଠାରେ ପହଂଚି ଭିଭିପ୍ରସ୍ତର ସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ପୂର୍ବ ବିଭାଗର ଏସ ଡି ଓ ପ୍ରତାପ ନାୟକ, କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ସଂଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି ,ସରପଞ୍ଚ ସଞ୍ଜୟ ନାହାକ, ପୂର୍ବତନ ସରପଞ୍ଚ ମଞ୍ଜୁଳା ବାରିକ, ପୂର୍ବତନ ସମିତି ସଭ୍ୟ ବିଜୟ ନାୟକ, ପୂର୍ବତନ ସମିତି ସଭ୍ୟ ଅନିଲ ପରିଡା, ବିଭୁ ପ୍ରସାଦ ନାହାକ, ସାଗର ପାଣିଗ୍ରାହୀ, ଭେଙ୍କଟ ରମଣ ପାତ୍ର, ପୂର୍ଣ ଚନ୍ଦ୍ର ମହାନ୍ତି,ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ସମେତ ବହୁ ବିଜେପି କର୍ମକର୍ତା, କର୍ମୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ l ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଏକ ସୌନ୍ଦର୍ଯ୍ୟପୂରଣ ଏବଂ ଗ୍ରୀନରୀ ଦେଖା ଗଲା ଭଳି ଏକ ଡାକବଙ୍ଗଳା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ l ଏହି ଡାକ ବଙ୍ଗଳା ନିର୍ମାଣ ହେଲେ ଅଂଚଳ କୁ ଆସୁଥିବା ଅଧିକାରୀ, ପର୍ଯ୍ୟଟକ, ଏବଂ ରାଜନେତା, ଅତିଥୁ,ସାଧୁ ସନ୍ଥ ମାନଙ୍କ ନିମନ୍ତେ ସୁଗମ ହେବେ।

 

Related posts

ବାଲେଶ୍ୱରରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

masiha

ଶିଷ୍ଟ କରଣ ସଂଘର କର୍ମକର୍ତ୍ତା ଚୟନ 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!