ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜଙ୍ଗବ୍ଲକ୍ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୃଷ୍ଟି ଦେବେ କି ସରକାର 

ଢେ଼ଙ୍କାନାଳ(ମ ସୀ ହା)୨୧/୦୭_ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧରପୁର ଓ ଜଗନ୍ନାଥପୁର ଏହି ଦୁଇ ଗୋଟି ଗ୍ରାମ ପରଜଙ୍ଗ ବ୍ଲକ ଅଫିସ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଦେଶ ସ୍ୱାଧୀନତା ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏଠିକାର ଗ୍ରାମବାସୀମାନେ ସ୍ଵାଧୀନତା ପାଇଥିଲା ପରେ ମନେ ହୁଏନାହିଁ, ନା ରହିଛି ଗମନାଗମନର ସୁବିଧା, ନା ରହିଛି ବସୁଧା ବିଶୁଦ୍ଧ ପାନୀୟ ଜଳର ସୁବିଧା, ନା ରହିଛି ଶିକ୍ଷା, ଏଠି ସରକାରଙ୍କର ଯୋଜନା ପହଁଚିବା ସାତସପନ ହୋଇ ଯାଇ ଅଛି, ଏହି ଦୁଇଗୋଟି ଗ୍ରାମ ହାତୀ ଉପଦ୍ରବ ଅଞ୍ଚଳ ଘଞ୍ଚଜଙ୍ଗଲ ଘେରା ୪ କିଲୋମିଟର ମାଟି ରାସ୍ତାରେ କୁନିକୁନି ଛାତ୍ରଛାତ୍ରୀମାନେ ପ୍ରତିଦିନ ବାରିହାପୁର ଉପ୍ରା ବିଦ୍ୟାଳୟ କୁ ପାଠପଢିବା ପାଇଁ ଆସୁଅଛନ୍ତି, ମାଟି ରାସ୍ତା ଦ୍ୱାରା ଟିକିଏ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ପଡି ଉଠି ସ୍କୁଲ ଆସିବା ପାଇଁ ପଡିଥାଏ, ସରକାରଙ୍କର ବସୁଧା ଯୋଜନା ଥିଲେ ମଧ୍ୟ ଏଠି ବସୁଧା ଯୋଜନାର ବିଶୁଦ୍ଧ ପାନୀୟଜଳ ଲୋକମାନଙ୍କ ପାଖକୁ ଘରକୁ ଘର ପହଁଚି ପାରିନାହିଁ l ଯାହା ଫଳରେ ନଳକୂପ ର ଆଇରନଯୁକ୍ତ ପାଣିପିଇ ଲୋକମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉ ଅଛନ୍ତି l ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଏହି ଦୁଇ ଗୋଟି ଗ୍ରାମରେ ଆଦିମ ଅମଳର ମାଟି ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି ହାତୀ ଉପଦ୍ରବ ଅଞ୍ଚଳ ହେତୁ ହାତୀ ଆକ୍ରମଣରେ ଲୋକମାନଙ୍କର ଅକାରଣରେ ମଧ୍ୟ ଧନଜୀବନ ଚାଲି ଯାଉଛି, ସାଧାରଣରେ ଚର୍ଚ୍ଚା ହୁଏ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ଓ ସ୍ଥାନୀୟ ବ୍ଲକ ପ୍ରଶାସନ ର ଅପାରଗତା ପାଇଁ ଦୁଇଗୋଟି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ହୋଇ ପାରିଲା ନାହିଁ, ସ୍କୁଲ ଟିଏ ଥିଲେ ମଧ୍ୟ ତାହା ସରକାର ବନ୍ଦ କରି ଦେଇ ଅଛନ୍ତି, ଏଣୁ ତୁରନ୍ତ ଏହି ଦୁଇ ଗୋଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କିମ୍ବା PWD ଯୋଜନା ରେ ଅନ୍ତର୍ଭୁକ୍ତ କରି ପକା କିମ୍ବା ପିଚୁ ରାସ୍ତା ନିର୍ମାଣ, ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କରି ପାଇପ ଲାଇନ ଯୋଗେ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ, ବନ୍ଦ ଥିବା ସ୍କୁଲ ଟି ପୁନ ଉଦ୍ଧାର କରି ସ୍କୁଲ ଟି କୁନି କୁନି ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲାଯିବା ପାଇଁ ଢେଙ୍କାନାଳ ଜିଲ୍ଲା ଓ ପରଜଙ୍ଗ ବ୍ଲକ ପ୍ରଶାସନ ନିକଟ ରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନିବେଦନ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

masiha

ସାମ୍ୱାଦିକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ : ରବି ରଥ

masiha

ଗୋରୁ ପୋଲ ସହ ଧକ୍କା ହୋଇ ବାଇକ ଚାଳକ ଆହତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort