ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କୋଇଲାରି ସରପଞ୍ଚ ଚନ୍ଦ୍ରି ଭତ୍ରା ମୁଖ୍ୟ ଅତିଥି ଭାବ ଯୋଗ ଦେଇ ପୋଷାକ ବଣ୍ଟନ କରିଥିଲେ | ଅନ୍ୟ ଅତିଥି ଭାବେ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ନୀଳାବତୀ ମାଝୀ, ଶିକ୍ଷକ ଭକଚାନ୍ଦ ମାଝି, ବଲ୍ଲଭ ନାରାୟଣ ପଣ୍ଡା, ରମାକାନ୍ତ ସାହୁ, ସମସ୍ତ କମିଟି ସଭ୍ୟାସଭ୍ୟ, ଅଭିଭାବକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଥିଲା | ଏଥିରେ ବିଦ୍ୟାଳୟର ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୦୦ ଜଣ ଛାତ୍ରୀଛାତ୍ର ଙ୍କୁ ୨ ହଳ ଲେଖାଏଁ ପୋଷାକ ବଣ୍ଟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୩୨ତମ କୁମାରସ୍ବାମୀ ମହୋତ୍ସବ ଉଦଘାଟିତ 

masiha

ପୁରୁଣା ସୁବର୍ଣ୍ଣ ଯୁଗର ଅମର ହିନ୍ଦୀ ଚଳଚିତ୍ର ସଙ୍ଗୀତକୁ ପୁନର୍ଜୀବିତ କରିବା

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

Leave a Comment

error: Content is protected !!