ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କୋଇଲାରି ସରପଞ୍ଚ ଚନ୍ଦ୍ରି ଭତ୍ରା ମୁଖ୍ୟ ଅତିଥି ଭାବ ଯୋଗ ଦେଇ ପୋଷାକ ବଣ୍ଟନ କରିଥିଲେ | ଅନ୍ୟ ଅତିଥି ଭାବେ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ନୀଳାବତୀ ମାଝୀ, ଶିକ୍ଷକ ଭକଚାନ୍ଦ ମାଝି, ବଲ୍ଲଭ ନାରାୟଣ ପଣ୍ଡା, ରମାକାନ୍ତ ସାହୁ, ସମସ୍ତ କମିଟି ସଭ୍ୟାସଭ୍ୟ, ଅଭିଭାବକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଥିଲା | ଏଥିରେ ବିଦ୍ୟାଳୟର ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୦୦ ଜଣ ଛାତ୍ରୀଛାତ୍ର ଙ୍କୁ ୨ ହଳ ଲେଖାଏଁ ପୋଷାକ ବଣ୍ଟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧-; ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ, ୨- ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

Sunil Chandra Nayak

ରାଇରଙ୍ଗପୁର ରେ R SS ର ଯୁବା ସମ୍ମିଳନୀ

Sunil Chandra Nayak

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

masiha

Leave a Comment

error: Content is protected !!