ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଚାଲିଛି ରଥ ନିର୍ମାଣ 

ଧରାକୋଟ ରେ ଚାଲିଛି ରଥ ନିର୍ମାଣ 

ଆସିକା, ୧୨/୫/୨୬ (ଶିବ ଶଙ୍କର ମିଶ୍ର ) ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଗତ ଅକ୍ଷୟ ତୃତୀୟା ଠାରୁ ପୁରୀ ସମେତ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀ ରେ ରଥ ନିର୍ମାଣ ଆରମ୍ଭ ହୋଇଗଲାଣି । ସେହି ଅନୁଯାୟୀ ବ୍ୟତିକ୍ରମ ପରମ୍ପରା ର ନିଦର୍ଶନ ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ପ୍ରସିଦ୍ଧ ଏକାଦଶୀ ତିଥିରେ ରଥଯାତ୍ରା ପାଇଁ ଏବେ ଧରାକୋଟ ରଥଖଳା ଚଳ ଚଞ୍ଚଳ ହେଲାଣି । ଗତ ଅକ୍ଷୟ ତୃତୀୟା ଠାରୁ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ମୁଖ୍ୟ ମହାରଣାଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ବେଳେ ପୁରୁଣା ରଥ କୁ ମଧ୍ଯ ଭଙ୍ଗା ଗଲାଣି । ସମଗ୍ର ଓଡ଼ିଶାରେ ଧରାକୋଟ ରଥଯାତ୍ରା ର ଏକ ସ୍ୱତନ୍ତ୍ରତା ରହିଛି। ସମଗ୍ର ବିଶ୍ୱରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଓ ବାହୁଡା଼ ତିଥିରେ ପାଳନ ହେଉଥିବା ରଥଯାତ୍ରା ବେଶ ଖ୍ୟାତି ଅର୍ଜନ କରିଛି। ସେହି ଅନୁଯାୟୀ ସବୁଠି ଏହି ଦୁଇ ତିଥିରେ ରଥଯାତ୍ରା ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଧରାକୋଟ ରେ ଏହାର ବ୍ୟତିକ୍ରମ ପରମ୍ପରା ଅନୁଯାୟୀ ରଥଯାତ୍ରା ବାହୁଡ଼ା ପରବର୍ତ୍ତୀ ଏକାଦଶୀ ତିଥିରେ ପାଳନ ହୋଇଆସୁଛି । ଏଣୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଦେଖିବାକୁ ହାଜର ହଜାର ସଂଖ୍ୟାରେ ଜନ ସମାଗମ ହେଉଛି । ଧରାକୋଟ ଗଡର ରଥ ପୁରୀର ସୁଭଦ୍ରାଙ୍କ ଦର୍ପ ଦଳନ ରଥ ସହ ସମାନ । ଏହାର ଉଚ୍ଚତା ଓ ଓସାର ଉଭୟ 33 ଫୁଟ । ଏହି ରଥ ନିର୍ମାଣ ପାଇଁ ମୋଟ 781 ଖଣ୍ଡ କାଠ ବ୍ୟବହାର ହେଉଛି । ଏଥିରେ ଛଅ ଗୋଟି ଅଖ, ବାର ଗୋଟି ଚକ ସହ ଚାରି ନାଇକା, ପାରା ଭାଡ଼ି ଉପରେ ଦଧି ନଉତି ରହୁଛି । ନିର୍ମାଣ କାର୍ଯ୍ୟରେ ଅଞ୍ଚଳର କାନ ଗିରିଡି, ବାହାର ପୁର, ବେଠୁଆର, ଗଡ ଦାମୋଦର ପଲ୍ଲୀ, ଡାକିବଜା ,ଗାଙ୍ଗପୁର ଗ୍ରାମର ମହାରଣା ମାନେ ସାମିଲ ଅଛନ୍ତି । ତିଥି ଅନୁସାରେ ଆସନ୍ତା ଜୁଲାଇ 14 ତାରିଖରେ ନବ ଯୌବନ ଦର୍ଶନ,16 ତାରିଖରେ ଶ୍ରୀ ଗୁଣ୍ଡିଚା ଯାତ,20 ତାରିଖରେ ହେରା ପଞ୍ଚମୀ,24 ତାରିଖରେ ବାହୁଡ଼ା ଜାତ ଓ 25 ତାରିଖ ଏକାଦଶୀ ତିଥି ରେ ଧରାକୋଟ ରେ ବାହୁଡ଼ା ଜାତ ପାଳନ ହେବ । ଏଣୁ ଚଳିତ ବର୍ଷର ରଥ ଯାତ୍ରା ପାଇଁ ଧରାକୋଟ ଗଡ଼ରେ ରଥ ନିର୍ମାଣ କାର୍ଯ୍ୟ ଜୋରଶୋର ରେ ଚାଲିଛି ।

Related posts

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ଜୟନ୍ତୀ – ୨୦୨୬ ପାଳିତ 

Sunil Chandra Nayak

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

Sunil Chandra Nayak

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!