ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଙ୍ଗଳବାର ଛତ୍ରପୁର ପନିପରିବା ମାର୍କେଟ ବନ୍ଦ : ପୌରପରିଷଦ ବିରୁଦ୍ଧରେ ଉଠାଦୋକାନୀ ସଂଘର ଡକରା

ମଙ୍ଗଳବାର ଛତ୍ରପୁର ପନିପରିବା ମାର୍କେଟ ବନ୍ଦ : ପୌରପରିଷଦ ବିରୁଦ୍ଧରେ ଉଠାଦୋକାନୀ ସଂଘର ଡକରା 

ଛତ୍ରପୁର ୨୪/୦୮ ଆସନ୍ତାକାଲି ମଙ୍ଗଳବାର ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ବନ୍ଦ ନିମନ୍ତେ ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ ସମସ୍ଯା ପୌର ପରିଷଦ କର୍ତ୍ତୃପକ୍ଷ ସମାଧାନ କରିବା ନିମନ୍ତେ ବନ୍ଦ ଡକରା ଦେଲେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡି ।

   କିଛିଦିନ ଧରି ଉଠାଦୋକାନୀ ସଂଘ ଓ ପୌର ପରିଷଦ କର୍ତ୍ତୃପକ୍ଷ ମଧ୍ଯରେ ତିକ୍ତତା ବଢିବାରଲାଗିଛି । ଏବଂ ସମସ୍ୟାର ସମାଧାନ ନହେଇପାରିବାରୁ ମଙ୍ଗଳବାର ଛତ୍ରପୁର ମାର୍କେଟର ଉଠାଦୋକାନୀ ସଂଘ ପକ୍ଷରୁ ପନିପରିବା ମାର୍କେଟ ସଂପୂର୍ଣ୍ଣ ବନ୍ଦ ସହ ଗଣଧାରଣ ହେବା ପାଇଁ ନିଷ୍ପତ୍ତି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

  ସଂଘର ଦାବିଗୁଡିକ ହେଲା ଯେ , ସଂଧା ପର୍ଯ୍ୟନ୍ତ ଦୋକାନ ଖୋଲୁଥିବା ଦୋକାନୀମାନଙ୍କୁ ନୁତନ ଭାବେ ଲୋଟରୀ କରି ପିଣ୍ଡି ଆବଣ୍ଟନ କରାଯାଉ । ଆବଦ୍ଧିତ ଟିଣ ଗୁଡିକୁ ପାର୍ଶ୍ବରୁ କାଢି ଉପରେ ପକାଯାଉ । ଆଲୋକୀକରଣ ବ୍ୟବସ୍ଥା । ଶୌଚାଳୟକୁ କାର୍ଯ୍ୟକ୍ଷମ। ପାନୀୟଜଳ। ଓ ଦୋକାନୀମାନଙ୍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଚିତ ବ୍ୟବହାର ଏବଂ ଆଇନଗତ ଟାଉନ ଭେଣ୍ଡିଂ ଜୋନ କମିଟିକୁ ତୁରନ୍ତ କର୍ଯ୍ୟକ୍ଷମ ଆଦି ଦାବି ପୁରଣ ନିମନ୍ତେ ସଂଘର କାର୍ଯ୍ଯକାରୀ ସଭାପତି ଇଜୁ ଆମିନ ଖାନ, ଆଡଭୋକେଟ ବୁଶି ରେଡି , କୋଷାଧ୍ୟକ୍ଷ ଏନ୍ ନାଗା ରେଡି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ବିଷୋଦଗାର ବଖାଣିଛନ୍ତି ।

Related posts

ବାଙ୍ଗାଲୋରରେ ସିକ୍ଯୁରିଟି ଗାର୍ଡ ରୂପେ ନିୟୋଜିତ ରାଇରଙ୍ଗପୁର ଅଂଚଳର ଯୁବକର ସ୍ବାସ୍ଥ୍ୟ ଜନିତ ମୃତ୍ୟୁ           

Sunil Chandra Nayak

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

୫୦ ମିଟର ରାସ୍ତା ଖରାପ ସ୍କୁଲ ଛାତ୍ର ଛାତ୍ରୀ ହଟ ହଟା 

masiha

Leave a Comment

error: Content is protected !!