ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ତରଫରୁ ଚଢ଼ାଉ, ସ୍କୁଟିରେ ଥିବା ୩୫ ଲି ଦେଶୀ ମଦ ଜବତ ସହ ଜଣେ ଗିରଫ

 ମୟୂରଭଞ୍ଜ -୨୧/୭ ( ମସିହା) ଦିନକୁ ଦିନ ଚୋରା ମଦ କାରବାର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଛି ।ଯାହାଫଳରେ ସାମାଜିକ ସୁସ୍ଥ ପରିବେଶ ଦିନକୁ ଦିନ ଅଶାନ୍ତ ହେଉଛି । ବେଆଇନ ମଦ ବିକ୍ରି,ମଦ ଚୋରାଚାଲାଣ ବିରୋଧରେ କଠୋର ହେଉଛି ଅବକାରୀ ବିଭାଗ । ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ ସମୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ରାସ୍ତାରେ ହୁଣ୍ଡା ଏକ୍ଟିଭା ସ୍କୁଟିରୃ ଜନୈକ ବ୍ୟକ୍ତି ଯାଉଥିବା ସମୟରୃ ସନ୍ଦେହରେ ଅବକାରୀ କର୍ମଚାରୀ ଅଟକ କାଇଁ ଯାଞ୍ଚ କରୁଥିବା ସମୟରେ ଡିକିରେ ଏକ ଟ୍ୟୁବ୍ ଜବତ କରିଥିଲେ । ସେଥିରୁ ୩୫ ଲିଟର ରୁ ଉର୍ଦ୍ଧ୍ବ ଦେଶୀୟ ରନ୍ଧାମଦ ଜବତ କରିଥିଲେ ।ଚୋରା ମଦ ନେଉଥିବା ବ୍ୟକ୍ତି ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁ ପୁଣୀ ଗ୍ରାମରୁ ନୁନାରାମ ମାଝୀ ପେଶାରେ ମିସ୍ତ୍ରୀ କାମ କରନ୍ତି । ଅବକାରୀ ବିଭାଗ ନୁନାରାମ,ତାଙ୍କ ସ୍କୁଟି ସହ ମଦ ଜବତ କରି ଅବକାରୀ କାର୍ଯ୍ୟାଳୟକୁ ନେଇ ଯାଇଥିଲେ ।ନୁନାରାମଙ୍କ ନାମରେ ୩୩/୨୩-୨୪ ଅବକାରୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି ।ସେହିଭଳି ଚଳିତ ମାସ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୯୨ କେଜି ପୋଚ,,୬,୩୭୫ ଲିଟର‌ଦେଶୀ ରନ୍ଧା ମଦ,୩ ଲିଟର ୪୫୦ ବିଦେଶୀ ମଦ,୧୦ ଲିଟର ଵିୟର ଜବତ କରାଯିବା ସହ ୧୫ ଟି କେଶ ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଚଢ଼ାଉରେ ରାଇରଙ୍ଗପୁଅବକାରୀ ବାଭାଗ ଇନ୍ସପେକ୍ଟର ନାରାୟଣ ଜେନା,ମନୋଜ‌ ପୁରସେଠ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

masiha

ବିଭାଗୀୟ ଅଧିକାରୀଙ୍କ ମିଳିତ ଚଢ଼ାଉ, ୩ କ୍ରସର ସିଲ୍

masiha

ରାଇଘର ବ୍ଲକ୍ ସଦର ମହକୁମାରେ ମାଓବାଦୀ ପୋଷ୍ଟର…. ହାତିଗାଁ ର CRPF କ୍ୟାମ୍ପ କୁ ବିରୋଧ

Sunil Chandra Nayak

Leave a Comment

error: Content is protected !!