ଗୋରୁ ନେବା ବେଳେ ଆକ୍ରମଣ ଘଟଣା , 5 ଅଭିଯୁକ୍ତ ଗିରଫ
ବସ୍ତା ,3/4 ରୂପସା ଥାନା କସିପଦା ପଞ୍ଚାୟତ ଅନ୍ତର୍ଗତ ହୁଜାନରଣୀ ଗ୍ରାମର ତୋଫାନ ହେମ୍ବ୍ରମ,ମାର୍କଣ୍ଡ ହେମ୍ବ୍ରମ ଓ ବୁଢା ସୋରେନ ଦୁଇଟି ଗୋରୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଜୁକନଣ୍ଡି ଛକ ନିକଟରେ 5 ଜଣ ଯୁବକ ନିଜକୁ ବଜରଙ୍ଗ ଦଳର କର୍ମୀ କହି ସେମାନଙ୍କୁ ଆକ୍ରମଣ କରିଥିଲେ l ଉକ୍ତ 3 ଜଣକୁ ଗୋରୁ ବେପାରୀ ସନ୍ଦେହରେ ମାଡ ମାରିବା ସହ ଯୁବକମାନେ ଗୋରୁ ନେଇ ପଳାଇଥିବା ତୋଫାନ ହେମ୍ବ୍ରମ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏ ସମ୍ପର୍କରେ ଗତ 1 ତାରିଖରେ ପୋଲିସ ଏକ ମାମଲା ନଂ 27/24ରୁଜୁ କରି ତଦନ୍ତ ଜାରି ରଖିଥିଲା l ରୂପସା ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି, ଏଏସଆଇ ଶେଖର ନାୟକ ପ୍ରମୁଖ ସଦଳବଳେ ଚଢ଼ାଓ କରି ମଙ୍ଗଳବାର 5 ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ଗିରଫ ଅଭିଯୁକ୍ତ ହେଲେ ବସ୍ତା ଥାନା ବସ୍ତା ଅଞ୍ଚଳର ରାମଚନ୍ଦ୍ର ଦାସ, ମଛଡ଼ିହା ଗ୍ରାମର ରାଜେନ୍ଦ୍ର ପାକଳ, ଗୋଠଗଡିଆ ଗ୍ରାମର ଦିଲ୍ଲୀପ କୁମାର ବିଶ୍ୱାଳ, ରୂପସା ଥାନା ଆଘିରିଆ ଗ୍ରାମର ଜୀତେନ୍ଦ୍ର ପରିଡା ଓ ଅମୀର ଜେନା l ଗିରଫ 5 ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ରାଜପଥରେ ଦୈନନ୍ଦିନ ବେଆଇନ ଗୋ ଚାଲାଣ ହେଉଥିବାରୁ ବଜରଙ୍ଗ ଦଳର କର୍ମୀମାନେ ସକ୍ରିୟ ରହି ଗୋରୁ ବୋଝେଇ ଭ୍ୟାନକୁ ଧରି ପୋଲିସ ଜିମା ଦେଇଥାନ୍ତି l