ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋରୁ ନେବା ବେଳେ ଆକ୍ରମଣ ଘଟଣା , 5 ଅଭିଯୁକ୍ତ ଗିରଫ 

ଗୋରୁ ନେବା ବେଳେ ଆକ୍ରମଣ ଘଟଣା , 5 ଅଭିଯୁକ୍ତ ଗିରଫ 

ବସ୍ତା ,3/4 ରୂପସା ଥାନା କସିପଦା ପଞ୍ଚାୟତ ଅନ୍ତର୍ଗତ ହୁଜାନରଣୀ ଗ୍ରାମର ତୋଫାନ ହେମ୍ବ୍ରମ,ମାର୍କଣ୍ଡ ହେମ୍ବ୍ରମ ଓ ବୁଢା ସୋରେନ ଦୁଇଟି ଗୋରୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଜୁକନଣ୍ଡି ଛକ ନିକଟରେ 5 ଜଣ ଯୁବକ ନିଜକୁ ବଜରଙ୍ଗ ଦଳର କର୍ମୀ କହି ସେମାନଙ୍କୁ ଆକ୍ରମଣ କରିଥିଲେ l ଉକ୍ତ 3 ଜଣକୁ ଗୋରୁ ବେପାରୀ ସନ୍ଦେହରେ ମାଡ ମାରିବା ସହ ଯୁବକମାନେ ଗୋରୁ ନେଇ ପଳାଇଥିବା ତୋଫାନ ହେମ୍ବ୍ରମ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏ ସମ୍ପର୍କରେ ଗତ 1 ତାରିଖରେ ପୋଲିସ ଏକ ମାମଲା ନଂ 27/24ରୁଜୁ କରି ତଦନ୍ତ ଜାରି ରଖିଥିଲା l ରୂପସା ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି, ଏଏସଆଇ ଶେଖର ନାୟକ ପ୍ରମୁଖ ସଦଳବଳେ ଚଢ଼ାଓ କରି ମଙ୍ଗଳବାର 5 ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ଗିରଫ ଅଭିଯୁକ୍ତ ହେଲେ ବସ୍ତା ଥାନା ବସ୍ତା ଅଞ୍ଚଳର ରାମଚନ୍ଦ୍ର ଦାସ, ମଛଡ଼ିହା ଗ୍ରାମର ରାଜେନ୍ଦ୍ର ପାକଳ, ଗୋଠଗଡିଆ ଗ୍ରାମର ଦିଲ୍ଲୀପ କୁମାର ବିଶ୍ୱାଳ, ରୂପସା ଥାନା ଆଘିରିଆ ଗ୍ରାମର ଜୀତେନ୍ଦ୍ର ପରିଡା ଓ ଅମୀର ଜେନା l ଗିରଫ 5 ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ରାଜପଥରେ ଦୈନନ୍ଦିନ ବେଆଇନ ଗୋ ଚାଲାଣ ହେଉଥିବାରୁ ବଜରଙ୍ଗ ଦଳର କର୍ମୀମାନେ ସକ୍ରିୟ ରହି ଗୋରୁ ବୋଝେଇ ଭ୍ୟାନକୁ ଧରି ପୋଲିସ ଜିମା ଦେଇଥାନ୍ତି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କେସିଙ୍ଗା ସହର ର ଡକାୟତି ଘଟଣା, ଜଣେ ମହିଲା ସମେତ ୭ ଗିରଫ

Sunil Chandra Nayak

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!