ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

ତେନ୍ତୁଳିଖୁଣ୍ଟି ୦୪/୦୮/୨୩ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିହନ ବିକ୍ରୟ ପାଇଁ ପଞ୍ଜିକୃତ ଆଠ ଗୋଟି ବିହନ ବିକ୍ରୟ କେନ୍ଦ୍ର କୁ ଯାଇ କୃଷି ବିଭାଗର ଏକ ଟିମ ଯାଞ୍ଚ କରିଥିଲେ। ବିହନ ବିକ୍ରୟ ର ଇ ପୋର୍ଟାଲ ରେ ବିହନ ବିକ୍ରେତା ମାନେ ବିକ୍ରି ସମ୍ବଧିତ ବିବରଣୀ ସାମିଲ କରି ନଥିବାରୁ ଏହି ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ଏପ୍ରିଲ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ବିକ୍ରି କରିଥିବା ବିହନ ଓ ଚାଷୀଙ୍କ ନାମ ତାଲିକା , ବିହନ କମ୍ପାନୀ ର ନାମ ଓ ବିହନ ର ନାମ ତାଲିକା ଏବଂ ଚାଷୀ ଙ୍କୁ ବିକ୍ରିବେଳେ କାରବାର ର ବିଲ ବା କ୍ୟାସ ମେମୋ ଦେଖାଇବାକୁ ବିହନ ବିକ୍ରେତା ଙ୍କୁ କୁହାଯାଇଥିଲା। ପ୍ରାୟ ସାତ ଟି କେନ୍ଦ୍ର ଏ ସବୁ ଦେଖାଇ ପାରି ନ ଥିଲେ। ଏଥିପାଇଁ ସେମାନଙ୍କୁ କାରଣ ଦର୍ଶା ଅ ନୋଟିସ ଦିଆ ଯାଇଛି। ଏହି ଯାଞ୍ଚ ଜିଲ୍ଲା କୃଷି ଅଧିକାରୀ ବିଧୁ ଭୂଷଣ ମହାକୁଲ , ତେନ୍ତୁଳିଖୁଣ୍ଟି ବ୍ଲକ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଓ ଏ ଟି ଏମ ବାଳ ଗୋବିନ୍ଦ ସାହୁ କରିଥିଲେ। କୃଷକ ସଖା ଇଣ୍ଟରପ୍ରାଇଜେସ , ବନବାସୀ ,ରାଧାକାନ୍ତ ଫର୍ଟିଲାଇଜର , ଶଶୀଭୂଷଣ ଫରଟିଲାଇଜର , ଦୁର୍ଗା ଫରଟି ଲାଇଜର , ବେନିୟା ଇଣ୍ଟର ପ୍ରାଇ ଯେସ ,ଗୁଣଗୁଣ ଫରଟିଲାଇଜର କୁ ନୋଟିସ ଦିଆ ଯାଇଛି। 

 ଏଭଳି ଚଢ଼ାଉ ଓ ଯାଞ୍ଚ ସାର ଦୋକାନ ରେ କରିବା ଅଵଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। 270 ଟଙ୍କା ସାର କୁ 350 ରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

Sunil Chandra Nayak

Leave a Comment

error: Content is protected !!