ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକା କ୍ଷେତରୁ ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ 

ପାପଡାହାଣ୍ଡି,4/8, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ବଣ୍ଡକାଲଦି ଗ୍ରାମର ଜଙ୍ଗଲ ନିକଟ ମକା କ୍ଷେତରୁ ଶୁକ୍ରବାର ଏକ ଅଜଗର ସାପକୁ ଉଦ୍ଧାର କରିଛି ମଇଦଲପୁର ବନ ବିଭାଗ । ସୂଚନା ପ୍ରକାରେ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମକା କ୍ଷେତରେ କାମ କରୁଥିବା ବେଳେ ଜମି ମାଲିକ ମନ୍ଦାର ଯାନୀ ସାପ ଟିକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ଗ୍ରାମବାସି ଦେଖିଲା ପରେ ମଇଦଲପୁର ବନବିଭାଗ କୁ ଖବର ଦେଇଥିଲେ ।ମଇଦଲପୁର ବନବିଭାଗ ଅଧିକାରୀ ମଧୁସୁଦନ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ7 ଫୁଟର ଅଜଗରକୁ ଉଦ୍ଧାର କରାଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ , ସରୀସୃପ ମାନେ ଗାଁ ମୁହାଁ ହେବାକୁ ଦେଖିବାକୁ ମିଳୁଛି । ଅଜଗର ପ୍ରାୟତଃ ଏଅଞ୍ଚଳରେ ଦେଖିବାକୁ ମିଳି ନ ଥାଏ ।ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡା ଯିବ ବୋଲି ବନ ବିଭାଗ ଅଧିକାରୀ ମଧୁସୂଦନ ପାତ୍ର କହିଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଦ୍ଧଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ

କାଦୁଅ ପଚ ପଚ ଗାଁ ଦାଣ୍ଡ, ହିନସ୍ତା ହେଉଛନ୍ତି ଗ୍ରାମବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ସରପଞ୍ଚ

Sunil Chandra Nayak

୧- ଦୁର୍ଗାପୂଜା ଓ ବଳଦ ଯାତ୍ରା ପାଇଁ ପୋଲିସ ର ଫ୍ଲାଗ ମାର୍ଚ୍ଚ , ୨- ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ , ୩-ବାପାଙ୍କ ହାତରେ ଖବରକାଗଜ ପୁଅ ସମ୍ଭାଳୁଛି ଛାତ୍ର ନେତୃତ୍ୱ, ଢେଙ୍କାନାଳ ପାଇଁ ଗର୍ବ ବିଶ୍ୱଜିତ ଷଡ଼ଙ୍ଗୀ , ୪- ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବହ୍ଲବ କୁ ପରିଦର୍ଶନ ରେ ଆସିଥିଲେ ଗଁଦିଆ ବ୍ଳକ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ୫- ମୁଣ୍ଡୁମାରୀରେ ସଡ଼କ ଦୁର୍ଘଟଣାରେ ୨ ଗୁରୁତର, ୬- ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଚୋରି ଘଟଣା, ନାବାଳକ ସମେତ ୨ ଅଭିଯୁକ୍ତ କାବୁ

Sunil Chandra Nayak

Leave a Comment

error: Content is protected !!