ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ସହିତ ସ୍କୁଟି ଜବତ, ୦୩ ଗିରଫ 

ଦେଶୀ ମଦ ସହିତ ସ୍କୁଟି ଜବତ, ୦୩ ଗିରଫ 

ମୟୂରଭଂଜ – ୧୧/୦୮ — ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଛକ ଏବଂ ବିଶୋଇ ଥାନା ଅନ୍ତର୍ଗତ ବାଙ୍କଭୋଳ ମେଳା ପଡ଼ିଆରେ ଚଢ଼ାଉ କରାଯାଇ ୧୩୦ ଲିଟର ଦେଶୀ ରନ୍ଧା ମଦ ଏବଂ ଗୋଟିଏ ସ୍କୁଟି *(ଓଡି-୧୧ଏଡି-୫୦୦୭)* ଜବତ କରାଯିବା ସହିତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଆସାମୀ ମାନେ ହେଲେ କାଦୁଆଣୀ ଗ୍ରାମର ଡୋମାନ ସୋରେନ, ଶରଗଡ଼ା ଗ୍ରାମର ମାଥୁ ନାଏକ ଓ ଜୁଡ଼ିଆ ଗ୍ରାମର ମାନି ମୁର୍ମୁ। ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବର, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ l ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

ମିସିଙ୍ଗ ରିପୋର୍ଟରୁ ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

Leave a Comment

error: Content is protected !!