ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତାରୁ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା

ଲାଞ୍ଜିଗଡ଼,୧୪/୦୫(ମନିସ)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି ! ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ସହରର ସୁବାସ ମହାକୁଡ଼(୫୫) ଆଜି ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହିତ କୁଆଡ଼େ ଯାଇ ନିଜ କାରରେ ଘରକୁ ଫେରିଥିଲେ ! ଏଇ ସମୟରେ ତାଙ୍କ ଘର ସାମ୍ନାରେ ମେଟାଲ ଓ ଚିପ୍ସ ଜମା ହୋଇଥିବା ଦେଖି ସାମ୍ନାରେ ଥିବା ପଡ଼ୋଶୀ ଘରଙ୍କୁ ଏ ସଂପର୍କରେ ପଚାରିଥିଲେ ! ଏହାକୁ ନେଇ ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା ! ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ମନୋଜ ପ୍ରଧାନ, ତାଙ୍କ ସ୍ତ୍ରୀ ମିନତୀ ପ୍ରଧାନ, ମନୋଜଙ୍କ ବଡ଼ଭଉଣୀ ଶାନ୍ତିଲତା ମହାକୁଡ଼, ଭଣଜା ଯୋଗେଶ ମହାକୁଡ଼ ମିଳିତ ଭାବେ ଆକ୍ରମଣ କରିବା ସହ ସୁବାସଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ! ଠେଙ୍ଗାରେ ଆକ୍ରମଣ ସହିତ ପ୍ରବଳ ମାଡ଼ ମାରିବା ଯୋଗୁଁ ସୁବାସଙ୍କ ମୁହଁ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ିଯାଇଥିଲେ ! ପରିବାର ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ ! ଏନେଇ ମ୍ରୁତ ସୁବାସଙ୍କ ପୁଅ ଶୁଭେନ୍ଦୁ ମହାକୁଡ଼ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ପକ୍ଷରୁ କେସ୍ ନଂ ୩୩/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ! ଏଇ ମାମଲାରେ ଚାରିଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି ! ଅପରପକ୍ଷରେ ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସ୍ତ୍ରୀ ମିନତୀ ମଧ୍ୟ ପାଲଟା ଅଭିଯୋଗ କରିଥିବାବେଳେ ଏନେଇ ପୁଲିସ ପକ୍ଷରୁ କେସ୍ ନଂ ୩୪/୨୩ରେ ଏକ ମାମଲା ରୁଜୁ କରାଯାଇଛି ! ଆଜି ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ! ସୂଚନାଯୋଗ୍ୟ, ଗତ ଦୁଇବର୍ଷ ତଳେ ସୁବାସଙ୍କ ପୁଅ ଶୁଭେନ୍ଦୁ ପଡ଼ୋଶୀ ମନୋଜଙ୍କ ଭାଣିଜୀ ତଥା ଶାନ୍ତିଲତା ମହାକୁଡ଼ଙ୍କ ଝିଅକୁ ଧରି ପଳାଇଥିବା ସହ କୋର୍ଟ୍ ମ୍ୟାରେଜ କରିବା ଦିନଠୁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କୁ ରିପୋର୍ଟ

Related posts

ଅବକାରୀ ଚଢାଉ ୧ ଗିରଫ 

masiha

ଅବକାରୀ ବିଭାଗ ର ଚଢ଼ାଉ,୪ ଗିରଫ

Sunil Chandra Nayak

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

Leave a Comment

error: Content is protected !!