ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା /ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆନ୍ତଃସ୍କୁଲ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସେକ୍ଟର ୧୪ ସ୍ଥିତ ଡିପିଏସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହରର ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇ ନିଜ ଅନ୍ତର୍ନିହିତ ପ୍ରତିଭା ର ପରିଚୟ ଦେଇଥିଲେ l ଫାଉଣ୍ଡେସନ ର ଆବାହକ ଇଂ ନଳିନୀ କାନ୍ତ ଧର, ଅଶୋକ ପଟ୍ଟନାୟକ, ରାଜୀବ ପାଣି,ବିବେକାନନ୍ଦ ଦାସ, ଶଙ୍କର ଜେନା, କୁଞ୍ଜ ବିହାରୀ ରାଉତ, ସୂର୍ଯ୍ୟ ନାରାୟଣ ପାଢ଼ୀ,ସନ୍ତୋଷ ରଥ, ନିରୁପମା ପତି, ସ୍ମିତା ମିଶ୍ର, ଝୁନୁ ନାୟକ, ମୀରା ଦାସ, ପୂଜା, ପ୍ରାଚୀ, ଐଶ୍ୱରୀୟା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗି ଙ୍କୁ ଉତ୍ସାହିତ କରିଥିଲେ l କୃତୀ ପ୍ରତିଯୋଗି ମାନଙ୍କୁ ଆସନ୍ତା ୨୧ ତାରିଖ ଦିନ ମିନାକ୍ଷୀ ଙ୍କ ଦ୍ୱିତୀୟ ପୂଣ୍ୟତିଥି ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ସରବେରଣୀ ଗ୍ରାମର ଯୁବ ଇଂଜିନିୟର ଲକ୍ଷ୍ମୀଧର ପାଣି ଚାଷ ଓ ଚାଷୀଙ୍କ ପାଇଁ ଆଣିଛନ୍ତି ନୁଆଁ ଦିଶା

୧୦୦ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ 

masiha

Leave a Comment

error: Content is protected !!