ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତେଲନଦୀରୁ ଅଜଣା ମହିଳାଙ୍କ ଗଲିତ ଶବ ଠାବ

ତେଲନଦୀରୁ ଅଜଣା ମହିଳାଙ୍କ ଗଲିତ ଶବ ଠାବ

 ନବରଙ୍ଗପୁର( ତା ୨୪/୦୮)- ତେଲନଦୀରୁ ଅଜଣା ମହିଳାଙ୍କ ଗଳିତ ମର ଶରୀର ଠାବ କରାଯାଇଛି|ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀଗାଁ ପଂଚାୟତର ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି |ତେଲନଦୀ ପଂଚାୟତ ସରପଞ୍ଚ ରାଜୁ ସାନ୍ତା ଝରୀଗାଁ ପୋଲିସକୁ ସୂଚନା ଦେବାରୁ ଝରୀଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦେଶରେ ଏସ ଆଇ କେ ଲକ୍ଷ୍ମୀ ନାରାୟଣ ଦୋରା ଏବଂ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲୀ ପୋଲିସ ଟିମ ଧରି ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରି ଥାନାରେ ୟୁ ଡି କେସ ନଂ ୧୮/୨୪ରେ ଏକ ମାମଲା ପଞ୍ଜିକରଣ କରି ତାର ବ୍ୟବଛେଦ ପରେ ଚି଼ହ୍ନଟ ପାଇଁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ଗୃହକୁ ପଠାଯାଇଛି | ମୃତ ମହିଳାଙ୍କ ଶବ ଚି଼ହ୍ନଟ ପାଇଁ ସେଠାରେ ୭୨ଘଣ୍ଟା ରଖାଯିବ ବୋଲି ଆଇ ଆଇ ସି ଶ୍ରୀ ପତି ସୂଚନା ଦେଇଛନ୍ତି | ଅଚିହ୍ନା ଶବ ଦେଖିବା ପରେ ଅଜଣା ମହିଳା ର ବୟସ ଆନୁମାନିକ ୨୫ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ଏବଂ କେତେ ଦିନ ତଳେ ଘଟଣା ଘଟିଥିଲା କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ପତି ନିଜ ପ୍ରତିକ୍ରିୟାରେ କହିଛନ୍ତି l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ବ୍ରାଉନ ସୁଗାର ସହିତ ଦୁଇ ଗିରଫ

Sunil Chandra Nayak

ନିରାକାର ସାହୁ ହତ୍ୟା ଘଟଣା,ସୁପାରି କିଲର ଗିରଫ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି

masiha

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

masiha

Leave a Comment

error: Content is protected !!