ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି 

କନ୍ଧମାଳ, ୨୫/୦୮:(ମନିସ): ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଉଛି । ଉକ୍ତ ଦିନ ସକାଳୁ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ତିଳ ତର୍ପଣ କରିବା ପରେ ରାହୁଳ ନଦୀ କୁ ଯାଇ ଜଳେଶ୍ଵର ଶୈବ ପୀଠ ରୁ ୧୦୮କଳସରେ ପବିତ୍ର ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପ କୁ ଆଣିବେ। ଏହା ପରେ ଘୃତ ଯଜ୍ଞ, ନାମ ଯଜ୍ଞ ,୧୦୮ ହନୁମାନ ଚାଳିଶା ପାଠ , ହରି ନାମ ରେ ପ୍ରକମ୍ପିତ ହେବ ଓ ଅନ୍ନ ପ୍ରସାଦ ସେବନ କାର୍ଯକ୍ରମ ରହିଛି । ଆଶ୍ରମ ର ଉତ୍ତରାଧିକାରୀ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ସ୍ବାମୀ ଜୀ ଙ୍କ ଅନୁଗାମୀ ଓ ସ୍ବାମୀଜୀ ଙ୍କ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜନ କରାଯାଉଛି। ପବିତ୍ର ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ଦିବା ୧୦ ଘଣ୍ଟିକା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ। ଏହି ସ୍ମୃତି ସଭା ରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ, ଗ୍ରାମ୍ୟ ଜଳଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗଦେବା କାର୍ଯକ୍ରମ ରହିଛି ତାଙ୍କ ସହ ବହୁ ସାଧୁସନ୍ଥ ଓ ଅନୁଗାମୀ ଏକାଠି ହେବେ। ଏଥି ପାଇଁ କନ୍ଧମାଳ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

masiha

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

masiha

Leave a Comment

error: Content is protected !!