ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା: ୨୦୦୬ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ କନ୍ଧମାଳ ଜିଲ୍ଲା ଲୁଦୁ ଜଳ ପ୍ରପାତ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପସ୍ଥିତ ବନ୍ଧୁ ମାନେ ପୂର୍ବ ଦିନକୁ ମନେ ପକାଇବା ସହ ହାଇ ସ୍କୁଲ ସମୟର ସ୍ମୃତି ଓ ଅନୁଭୂତିକୁ ବନ୍ଧୁ ମାନଙ୍କ ମଧ୍ୟରେ ପରିପ୍ରକାଶ କରିଥିଲେ l ଅନେକ ଛାତ୍ରଙ୍କ ହାଇ ସ୍କୁଲ ପରେ ପରେ ପାଠପଢା ରେ ଶିକୁଳି ପଡ଼ିଥିବା ବେଳେ ଅନେକ ଉଚ୍ଚ ଶିକ୍ଷା ପଢ଼ି ବିଭିନ୍ନ କର୍ମ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି l ପୁରାତନ ଛାତ୍ର ତଥା ‘ମସୀହା’ ସାମ୍ବାଦିକ ସୁଶାନ୍ତ ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ବନ୍ଧୁ ଆକାଶ କେଡିଆ, ରାମଚନ୍ଦ୍ର ରଣା, ମହେଶ୍ୱର ଗହିର, ନୃପରାଜ ରଣା, ସଞ୍ଜୀବ ରଣା, ମୋହନ ଗହିର, ପୁରନ୍ଦର ରଣା, ଅମିତ ରଣା, ସତ୍ୟ ସିଂ ବାଗ, ହେମାସାଗର ବାରିକ, ଦେବବ୍ରତ ରଣା, ଲଳିତ ଘିଭେଲା, ରତିକାନ୍ତ ରଣା, ଭକ୍ତ ରଣା, ଟିକେରାମ ରଣା, ବୁଦ୍ଧଦେବ ରଣା, ଧର୍ମେନ୍ଦ୍ର ରଣା, ରୁଦ୍ରପ୍ରକାଶ ରଣା, ମଲ୍ଲ ରଣା, ଅଲେଖ ରଣା, ବିଜୟ ରଣା, ନାରାୟଣ ରଣା, ଚନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଥିଲେ l ବନ୍ଧୁ ମାନଙ୍କ ମଧ୍ୟରେ କିଏ ଶ୍ରମିକ, କୃଷକ, ଶିକ୍ଷକ, ବ୍ୟବସାୟୀ, ଠିକାଦାର, ଗାୟକ, ବାଦ୍ୟକାର, କବି, ସାମ୍ୱାଦିକ ବନ୍ଧୁ ରହିଥିବାରୁ ପିକନିକ୍ ସ୍ପଟ୍ ରେ ଏକ ନିଆରା ମାହୋଲ ଦେଖିବାକୁ ମିଳିଥିଲା l

କର୍ଲାମୁଣ୍ଡା ରୁ ଶୁଶାନ୍ତ କୁମାର ରଣା ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁରେ ପାଳିଲେ ୪ ତମ ରାଷ୍ଟ୍ରୀୟ ଡ୍ରାଏଇଭର ମହାସଂଘ 

masiha

ନୀତି ଆୟୋଗ ବୈଠକ

Sunil Chandra Nayak

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

masiha

Leave a Comment

error: Content is protected !!