ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଉପଖଣ୍ଡରେ ଆମ୍ବେଦକର ବିଚାରମଞ୍ଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷନଗର(ମ ସୀ ହା)୨୯/୦୧_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଆମ୍ବେଦକର ବିଚାର ମଞ୍ଚ ର ଆବାହକ ଅକ୍ଷୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଗୁଣ୍ଡିଚାନାଳି ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ପରିସରରେ ଆମ୍ବେଦକର ବିଚାର ମଞ୍ଚ କର୍ମକର୍ତାଙ୍କୁ ନେଇ ଏକ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦଳିତ ମହାସଂଘର ସଭାପତି ଅନ୍ତର୍ଯ୍ୟାମୀ ନାୟକ, ଉପଦେଷ୍ଟା ତଥା ଆଇନୀଜୀବି ପ୍ରେମାନନ୍ଦ ସାହୁମୁଖ୍ୟ ଅଥିଥି ଭାବେ ଯୋଗଦେଇଥିଲେ,ପରଜଙ୍ଗ ଓ କାମାକ୍ଷାନଗରର ଯୁବ ସଂଗଠକ ଲଷ୍ମୀଧର ନାୟକସଂମ୍ମାନିତ ଅଥିଥି ଭାବେ ଯୋଗଦେଇ ଥିଲେ,ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଯାଜପୁର ଲୋକସଭା କ୍ଷେତ୍ର ତଥା ରାଜ୍ୟ ଦଳିତ ସଂଗଠକ ସାଂସଦ ସ୍ବର୍ଗତ ମୋହନ ଜେନା, ଢେଙ୍କାନାଳ ଜିଲ୍ଲା ଦଳିତ ମହାସଂଘ ସଭାପତି ସ୍ବର୍ଗତ ଲକ୍ଷ୍ମଣ ନାୟକ ଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା,ଜିଲ୍ଲା ଦଳିତ ମହାସଂଘ ନାମକୁ ବଦଳ କରାଯାଇ ଜିଲ୍ଲା ଆମ୍ବେଦକର ବିଚାର ମଞ୍ଚ ଘୋଷଣା କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଆମ୍ବେଦକରବାଦୀ ସମାଜସେବୀ ଘାସିରାମ ସେଠି, ଜିଲ୍ଲା ସଂଗଠକ ପ୍ରଦୁମ୍ନ ନାୟକ, ବ୍ୟାଙ୍କ କର୍ମଚାରୀ ଅବସରପ୍ରାପ୍ତ ନରହରି ପାତ୍ର,ସମ୍ପାଦକ ବସନ୍ତ କୁମାର ନାୟକ,ଆଇନଜୀବି ଅଶୋକ କୁମାର ନାୟକ ଯୋଗୀ ନାଥନାୟକଙ୍କ ସମେତ4ଟି ବ୍ଲକର ସଂଗଠକଙ୍କ ସହିତ ଶତାଧିକ ଦଳିତ କର୍ମୀ ଉପସ୍ଥିତ ଥିଲେ, ସଂଖ୍ୟାଲଘୁ ସମ୍ପ୍ରଦାୟର ମିର୍ଜା ସୁଲେମାନ ବେଗ,ମୁଖ୍ୟ ସଂଗଠକ ଅଭିମନ୍ୟୁ ନାୟକଙ୍କ, ନାରୀ ସଙ୍ଘଠନର ମହିଳା ସଭାନେତ୍ରୀ ରଞ୍ଜୁଵାଳା ନାୟକ ଙ୍କ ସମେତ ବହୁ ଦଳିତ ସଂଗଠନର ଶତାଧିକ କର୍ମୀ ଉପସ୍ଥିତ ରହି ଆମ୍ବେଦକରଙ୍କ ବିଚାର ଧାରା ଉପରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଖୁବ ଶୀଘ୍ର ଏହି କମିଟି କର୍ମକର୍ତା ଚୟନ କରାଯିବ ବୋଲି ଆବାହକ ଶ୍ରୀଯୁକ୍ତ ଅକ୍ଷୟ କୁମାର ନନ୍ଦ ସୂଚନା ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ସହଯୋଗ ର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

masiha

Leave a Comment

error: Content is protected !!