ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବଭାରତୀୟ ସ୍ତରରେ ଗାନ୍ଧୀଜୀ ଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ

 ନବରଙ୍ଗପୁର :(ମସିହା) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସର୍ବ ଭାରତୀୟ ସ୍ତରରେ, ବିଭିନ୍ନ ଅନୁଷ୍ଠାନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଅହିଂସା ଓ ଶାନ୍ତି ଦିବସ ରୂପେ ପାଳନ କରାଯାଉଅଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଲିମ ଗ୍ରହଣ କରୁଥିବା ପ୍ରାଶାସନିକ ଅଧିକାରୀ ନୈବେଦ୍ୟ କୁମାର ଭୋଇ, ଅନୁପମ ଆଚାର୍ଯ୍ୟ, ସୌଦାମିନୀ ମାଝୀ, ମାନସ ପାଣିଗ୍ରାହୀ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଜ୍ୟ ସରକାର ଙ୍କ “ମୋ ଘର” ଯୋଜନା କାନ କୁ ଭଲ ଶୁଭୁଚି। ବାସ୍ତବ ରେ ତାହା କେତେଦୂର କାର୍ଯ୍ୟକାରୀ ହେବ ସମୟ କହିବ ! 

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

masiha

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

Leave a Comment

error: Content is protected !!