ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ରାମ ଘର ଭଙ୍ଗା କୁ ଯାତ୍ରୀ ବାହାରେ !!!

ରମାନଗୁଡ଼ା : ୧୫/୦୭ – ରାୟଗଡ଼ା ଜିଲ୍ଲା ରାମାନଗୁଡା ବ୍ଲକ ଶୁଣ୍ଢିଧାମୁଣି ଗ୍ରାମ ପଞ୍ଚାୟତ ସ୍ଥିତ ତାଣ୍ଡି କଣା ଛକ ଠାରେ ଥିବା ବିଶ୍ରାମ ଘର ଭାଙ୍ଗୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଶ୍ରାବଣ ମାସ ବର୍ଷା ଦିନ ର କଥା । ବିଶ୍ରାମ ଗାର ଟି ଯାତ୍ରୀ ମାନଙ୍କ ପାଇଁ ନିର୍ମାଣ ହୋଇ ଥିବାବେଳେ ଏହି ବିଶ୍ରାମ ଘର ବିଷମ କଟକ, ରାୟଗଡ଼ା, ଭୁବନେଶ୍ୱର, ଆନ୍ଦ୍ର ପ୍ରଦେଶ ଇତ୍ୟାଦି ସହର ଠାରୁ ଗ୍ରାମ ମାନକୁ ଯିବା ଆସିବା କରୁଥିବା ଯାତ୍ରୀ ମାନଙ୍କୁ ବିଶ୍ରାମ ଦେଇଥାଏ ।ରାଜ୍ୟ ସରକାର ଲୋକ ମାନଙ୍କ ସୁଖ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶ୍ରାମ ଗାର ନିର୍ମାଣ କରୁଛନ୍ତି । କିନ୍ତୁ ବିଶ୍ରାମ ଘର ପଛ ପଟେ ଗୋଟିଏ ବ୍ୟକ୍ତି ଙ୍କ ଜମି ଥିବାରୁ ସେଇ ବିଶ୍ରାମ ଘର ଭାଙ୍ଗି ବାକୁ ଲାଗିଛନ୍ତି । ଏହି ବର୍ଷା ଦିନ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କାହା ଆଦେଶରେ ଏହି ବିଶ୍ରାମ ଘର ଭଙ୍ଗା ଯାଉଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଙ୍କ ସମ୍ପତ୍ତି ନିଜର ଭାବିବାକୁ ମଧ୍ୟ୍ୟ ପଛ ଘୁଞ୍ଚା ନ ଦେଇ ଭାଙ୍ଗିବାକୁ ବାହାରି ଛନ୍ତି । କାହାର ଛତ୍ର ଛାୟା ତଳେ ଏହି ଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । ଏହିଭଳି କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା କରିଛନ୍ତି । ଏହି ଘଟଣା ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗ୍ରାମ ପଞ୍ଚାୟତ ଶୁଣ୍ଢି ଧାମୁନି ରମାକାନ୍ତ ମାଣ୍ଡ।ଙ୍ଗି ଙ୍କୁ ଯୋଗାଯୋଗ କରିବାକୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା ।

ରାୟଗଡ଼ା ଜିଲ୍ଲାର ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

Leave a Comment

error: Content is protected !!