କୋକସରା,୧୪/୦୭ // କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ଜଙ୍ଗଲରୁ ଗଛ କାଟୁଥିବା ଅଭିଯୋଗ ହୋଇଛି । ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନିକଟରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହେବାପରେ ଚଡାଉ କରି ଜଙ୍ଗଲ ମଧ୍ୟରୁ ସର୍ଗିପାନୀ ଗାଁ ର ହେକେନ୍ ସାନ୍ତା (୫୦) ଓ ପଡୋଶୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ସୋମବାରୁ ସାନ୍ତା(୪୦) କୁ ଜଙ୍ଗଲ ମଧ୍ୟରୁ ଗଛ କାଟୁଥିବା ସମୟରେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି। ହେଲେ ଶହ ଶହ ଏକର ଜଙ୍ଗଲ କାଟି ସଫା କରୁଥିବା ବେଳେ ଜଙ୍ଗଲ ବିଭାଗ ପ୍ରତି ସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ଏଣୁ ଜଙ୍ଗଲ ବିଭାଗ ତତ୍ପରତା ଦେଖାଇ ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
previous post