ମୁମୂର୍ଷୁ ଅବସ୍ଥା ରେ ଥିବା ଇନ୍ଦ୍ରାବତୀ କୁ ପ୍ରାକୃତିକ ଓ କୃତ୍ରିମ ସୌନ୍ଦର୍ଯ୍ୟ ର ମିଶ୍ରଣ ଜୀବ ଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର
ତେନ୍ତୁଳିଖୁଣ୍ଟି ୨୧/୦୮/୨୫ — ସ୍ୱାଧୀନତା ଦିବସ ରେ ନବରଙ୍ଗପୁର ଜିଲ୍ଲା କୁ ମୁଖ୍ୟ ଅତିଥି ଭାବେ ଆସିଥିବା ସମୟରେ ଉଁଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ ଦେଖିବା ସହ ସର୍କିଟ ହାଉସ ରେ ସମୀକ୍ଷା କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କୁ ନେଇ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ କମିଟି ଗଠିତ କରିଛନ୍ତି । ଜିଲ୍ଲା ଟୁରିଷ୍ଟ ଅଧିକାରୀ ଏହାର ଆବାହକ ରହିଛନ୍ତି। ଆଜି ଏହି କମିଟି ର ଅଧ୍ୟକ୍ଷ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ସମେତ
ସମସ୍ତ ସଦସ୍ୟ ଓ ଆବାହକ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରସ୍ତାବିତ ପର୍ଯ୍ୟଟନ କ୍ଷେତ୍ର ସମେତ ଆଖ ପାଖ ଅଞ୍ଚଳ ବୁଲି ଦେଖୁଥିଲେ। ଉକ୍ତ ଜମି କେଉଁ ବିଭାଗ ଅଧୀନ ରେ ଅଛି ତଥା ସାଂପ୍ରତିକ ସ୍ଥିତି ଯାଞ୍ଚ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ ,ତେନ୍ତୁଳିଖୁଣ୍ଟି ର ଆଡିଶିନାଲ ତହସିଲଦାର ସୀମାଞ୍ଚଳ ପାତ୍ର ରାଜସ୍ବ ନିରୀକ୍ଷଣ ସନ୍ତୋଷ ଗରଡ଼ା ସାଂପ୍ରତିକ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜଳ ଭଣ୍ଡାର ପାର୍ଶ୍ଵବର୍ତ୍ତୀ ଜମି ଗୁଡିକ ରେ ମକା ଚାଷ କରାଯାଉଥିବାରୁ ମୃତ୍ତିକା କ୍ଷୟ ହୋଇ ଜଳଭଣ୍ଡାର ପୋତି ହେଉଛି ଏଣୁ ଚାଷ ପରେ ଲାଲ ପତାକା ଲଗାଇ ଚାଷ ବନ୍ଦ କରିବା ସହ ତୁରନ୍ତ ବୃକ୍ଷ ରୋପଣ ତଥା ଫୁଲ ଗଛ ଆଦି ଲଗାଇବା ଆରମ୍ଭ କରିବାକୁ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ରାଜସ୍ବ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ କ୍ଷେତ୍ର ଭାବେ ବିକସିତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଯଥା ପାର୍କ ,,ବୃକ୍ଷ ରୋପଣ , ବୋଟିଂ ବ୍ୟବସ୍ଥା, ରେଷ୍ଟୁରାଣ୍ଟ , ଅତିଥି ଭବନ ଆଦି କରିବା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ଖସଡ଼ା ଏହି କମିଟି ର ସବୁ ବିଭାଗ ମିଳିତ ହୋଇ ତୁରନ୍ତ କରିବାକୁ ଜୋର୍ ଦେଇଥିଲେ। ବିଧାୟକ ଗୌରୀ ଶଙ୍କର ମାଝୀ ଏହି ଅଞ୍ଚଳ ରେ ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଶହ କୋଟି ଟଙ୍କା ର ପ୍ରକଳ୍ପ ପାଇଁ ଲୋକଙ୍କ ସରକାର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଥିବା କହିଥିଲେ। ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ନିମନ୍ତେ ସରକାରୀ ପଦାଧିକାରୀ ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ କହିଥିଲେ। ପର୍ଯ୍ୟଟନ ଶିଳ୍ପ ପାଇଁ ରାସ୍ତା ମୁଖ୍ୟ ପ୍ରସଙ୍ଗ ଏଣୁ ପ୍ରସ୍ତାବିତ କ୍ଷେତ୍ର ର ଉଭୟ ଦିଗ ରେ ଥିବା ସଂଯୋଗ କରୁଥବା ରାସ୍ତା କଳାହାଣ୍ଡି ଜିଲ୍ଲାକୁ ସିଧାସଳଖ ସଂଯୋଗ କରୁଛି ଏଣୁ ସେହି ରାସ୍ତା ଯାହା ବିଭାଗରେ ଅଛି ସେଇ ବିଭାଗ ତୁରନ୍ତ କାମ ଆରମ୍ଭ କରିବା କୁ କହିଥିଲେ ଯଦି ଅସମର୍ଥ ସେହି ରାସ୍ତା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅବା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତାବିତ ସୋଲାର ପ୍ରକଳ୍ପ ର ସମସ୍ତ କାର୍ଯ୍ୟ କ୍ଷେତ୍ର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରେ କରିବା ଉଚିତ୍ ଏବଂ ଉକ୍ତ ପ୍ରକଳ୍ପ ବୋଟିଙ୍ଗ ପାଇଁ ଜଳ ଭଣ୍ଡାର ର କିଛି ଅଂଶ ଛାଡ଼ିବା ସହ ମତ୍ସ୍ୟ ଚାଷ ପାଇଁ କିଛି ଅଂଶ ଛାଡ଼ି କରିବାକୁ କହିଥିଲେ ଜିଲ୍ଲାପାଳ। ପରିଦର୍ଶନ ପରେ ଇନ୍ଦ୍ରାବତୀ ଅତିଥି ଭବନ ରେ ଏହି କମିଟି ର ଅଧିକାରୀ ମାନେ ବିସ୍ତୃତ ଚର୍ଚ୍ଚା କରିଥିଲେ। ବିଡ଼ିଓ ମନୋଜ ପାଣିଗ୍ରାହୀ କିଭଳି ଏହି କ୍ଷେତ୍ର ପର୍ଯ୍ୟଟନ କ୍ଷେତ୍ର ର ରୂପେ ବିକଶିତ କରିବା ପାଇଁ ଚିହ୍ନଟ କରିବା ପରଠାରୁ ସେଥିପାଇଁ ନିଜ ଉଦ୍ୟମ ଜାରି ରଖିଥିବା ଦେଖା ଯାଇଛି। ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲାପାଳ ଡି ଏଫ୍ ଓ ଶୁଭେନ୍ଦୁ ବେହେରା, ରେଞ୍ଜର ଗୋପୀନାଥ ସାହୁ , ଇନ୍ଦ୍ରାବତୀ ଡେମ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ ପାତ୍ର , ଅଧିକ୍ଷଣ ଯନ୍ତ୍ରୀରାସ୍ତା ଓ ଗୃହ କ୍ଷୀରୋଦ କନ୍ଧ ପାନ, ସହକାରୀ ଯନ୍ତ୍ରୀ ଧବ୍ଲେଶ୍ୱର ମାଝୀ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ , ରାଜୀବ ଲୋଚନ ସାହୁ ,ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର , ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ନିର୍ବାହୀ ଯନ୍ତ୍ରୀ , ଏସ ଓ ଡି ଟାଟା ପାୱାର ଲିମିଟେଡ ସୁଶାନ୍ତ କୁମାର ଖଟେଇ, ନିର୍ବାହୀ ଯନ୍ତ୍ରୀ ମେକାନିକାଲ ନିରୋଜ କୁମାର ଲାହୁଡ଼ି , ନିର୍ବାହୀ ଯନ୍ତ୍ରୀ ନବରଙ୍ଗପୁର ପଦ୍ମ ଚରଣ ବେହେରା , ନିର୍ବାହୀ ଯନ୍ତ୍ରୀ ,ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ର ପ୍ରତୀକ କୁମାର ରାଉତ ,ଡେପୁଟି ଡାଇରେକ୍ଟର ଡି ପି ଏମ ୟୁ ଐଶ୍ୱର୍ଯ୍ୟ ଭଞ୍ଜ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ପର୍ଯ୍ୟଟନ ଏକ ଶିଳ୍ପ ଏହା ଦ୍ଵାରା ସୁପ୍ତ ମୂମୂର୍ଷୁ ଅବସ୍ଥା ରେ ଥିବା ଏହି ଅଞ୍ଚଳ କୁ ପୁନଃ ଜୀବ ଦାନ ମୋହନ ସରକାର ଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ ଥିବା ବିଧାୟକ ଦୋହରାଇ ଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୁଷ୍ୟକୃତ ଜଳ ଭଣ୍ଡାର ର ସୁନ୍ଦରତା କୁ ମିଶ୍ରଣ କରି ନୂଆ ରୂପ ଓ ଲାବଣ୍ୟ ଦେବେ ମିଳିତ ବିଭାଗୀୟ ସଂରଚନା ନୂଆ ରୂପ ପାଇବ ଇନ୍ଦ୍ରାବତୀ ।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

