ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାର ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସୁରକ୍ଷା ଜନିତ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ ଗ୍ରାହକ ମାନେ କିଭଳି ବିଦ୍ୟୁତ ପରିଚାଳନା କରି ନିଜର ପରିବାରକୁ ସୁରକ୍ଷା,ବିଦ୍ୟୁତ ଜନିତ ଆକସ୍ମିକ ଅଗ୍ନିକାଣ୍ଡ,,ଜାଳେଣୀ ଗ୍ୟାସ ଉପରେ ସତର୍କତା,ବନ୍ୟା ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ରୁ କିଭଳି ସୁରକ୍ଷା ନେଇପାରିବ ତାହା ଉପରେ ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶୀକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ କାନ୍ତିପ୍ରଭା ପଟ୍ଟନାୟକ,,ଟାଟାପାଓ୍ବାର ରାଇରଙ୍ଗପୁରର ନିର୍ବାହୀ ଯନ୍ତ୍ରୀ ପାର୍ଥସାରଥୀ ଦାସ,ଏସଡିଓ ଚିରଞ୍ଜିବୀ ସାହୁ, କନିଷ୍ଠ ଯନ୍ତ୍ରୀ ସମୀର ଆଚାର୍ଯ୍ୟ, ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ ବେହେରା,ଅଗ୍ନିଶମ ବିଭାଗ ଓଆଇସି ଶୁକଦେବ ନାୟକ, ଏବଂ ଅନ୍ୟ ବିଦ୍ୟୁତ ଓ ଅଗ୍ନିଶମ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

masiha

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୁଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ହିନ୍ଦୀ ଦିବସ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

Leave a Comment

error: Content is protected !!