ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇରେ ଟିପିଏନଓଡିଏଲ ବିଦ୍ୟୁତ ସୁରକ୍ଷା ସପ୍ତାହ

ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟା ପାଓ୍ବାର ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସୁରକ୍ଷା ଜନିତ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ ଗ୍ରାହକ ମାନେ କିଭଳି ବିଦ୍ୟୁତ ପରିଚାଳନା କରି ନିଜର ପରିବାରକୁ ସୁରକ୍ଷା,ବିଦ୍ୟୁତ ଜନିତ ଆକସ୍ମିକ ଅଗ୍ନିକାଣ୍ଡ,,ଜାଳେଣୀ ଗ୍ୟାସ ଉପରେ ସତର୍କତା,ବନ୍ୟା ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ରୁ କିଭଳି ସୁରକ୍ଷା ନେଇପାରିବ ତାହା ଉପରେ ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶୀକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ କାନ୍ତିପ୍ରଭା ପଟ୍ଟନାୟକ,,ଟାଟାପାଓ୍ବାର ରାଇରଙ୍ଗପୁରର ନିର୍ବାହୀ ଯନ୍ତ୍ରୀ ପାର୍ଥସାରଥୀ ଦାସ,ଏସଡିଓ ଚିରଞ୍ଜିବୀ ସାହୁ, କନିଷ୍ଠ ଯନ୍ତ୍ରୀ ସମୀର ଆଚାର୍ଯ୍ୟ, ସୁରକ୍ଷା ଅଧିକାରୀ ନିର୍ମଳ ପ୍ରସାଦ ବେହେରା,ଅଗ୍ନିଶମ ବିଭାଗ ଓଆଇସି ଶୁକଦେବ ନାୟକ, ଏବଂ ଅନ୍ୟ ବିଦ୍ୟୁତ ଓ ଅଗ୍ନିଶମ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

ପଛୁଆ ବର୍ଗ ଲୋକଙ୍କ ସର୍ଭେ ଅବଧି ଜୁନ ଛଅ ପର୍ଯ୍ୟନ୍ତ ବଢିଲା

Leave a Comment

error: Content is protected !!