ଜାତୀୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆଙ୍କୁ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟର ପ୍ରତିନିଧି ମଣ୍ଡଳୀ ଦ୍ୱାରା ପୂରଣା କଂଗ୍ରେସର ମୁଖ୍ୟାଳୟ-ନୂଆ ଦିଲ୍ଲୀ ଠାରେ ହୋ ଭାଷା କୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୣତୀ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ
ମୟୂରଭଂଜ -୩/୧୧ — ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନୁଆ ଦିଲ୍ଲୀ ପୁରୁଣା କଂଗ୍ରେସ ମୁଖ୍ୟାଳୟ ଠାରେ ସର୍ବଭାରତୀୟ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆ-,ଅଲ ଇଣ୍ଡିଆ ଆଦିବାସୀ କଂଗ୍ରେସ କମିଟି ସହିତ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ଜଣିଆ ପ୍ରତିନିଧିମଣ୍ଡଳି କଂଗ୍ରେସ ମୁଖ୍ୟାଳୟ ୨୪-ଆକବର ରୋଡ଼ ନୂଆ ଦିଲ୍ଲୀରେ ଗତ ଶୁକ୍ରବାର ଦିନ ସାକ୍ଷାତ କରି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଶାମିଲ କରାଇବା ପାଇଁ ଏକ ଦାବି ପତ୍ର-ପ୍ରଦାନ କରିଥିଲେ ଏବଂ ଆଗାମୀ ଲୋକସଭା ଅଧିବେଶନ ସତ୍ରରେ ଆଦିବାସୀ ହୋ ଭାଷାକୁ ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧିଜୀ ଙ୍କ ଦ୍ୱାରା ସଦନ ରେ ରଖିବା ପାଇଁ ଭାଷା କ୍ରିୟାନୁଷ୍ଠାନ କମିଟି ଦ୍ୱାରା ନିବେଦନ କରିଥିଲେ। ଏହି ବିଷୟରେ ବିଶେଷ ଆଲୋଚନା ପାଇଁ ଆଦିବାସୀ ହୋ-ସାମାଜର ପ୍ରତିନିଧି ମାନେ ଶ୍ରୀ ରାହୁଲ ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ସମୟ ଦେବା ପାଇଁ ଅନୁରୋଧ କରିଥିଲେ। ଆଦିବାସୀ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଶ୍ରୀ ବିକ୍ରାନ୍ତ ଭୁରିଆ ଜନନାୟକ ଶ୍ରୀ ରାହୁଲ ଗାନ୍ଧିଜୀଙ୍କୁ ଏହ ବିଷୟରେ ନିଶ୍ଚିତ ଅବଗତ କରାଇବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ଓଡିଶା ଆଦିବାସୀ କଂଗ୍ରେସର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି , ଓଡିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ଫାଦକ ଶ୍ରୀ ଲକ୍ଷ୍ମୀଧର ସିଂ ତିୟୁ, ଶ୍ରୀ ନରାନ ପୂର୍ତି, ରାଜ୍ୟ ସମ୍ଫାଦକ ହୋ-ଭାଷା କ୍ରିୟାନୁଷ୍ଠାନ କମିଟି, ଶ୍ରୀ ଲେବେନ୍ଦ୍ର ହେମ୍ବ୍ରମ, ଗୋପାଳ ଚନ୍ଦ୍ର ଗାଗରାଇ, ଉମେଶ ଚନ୍ଦ୍ର ବୁଦୁଲି ସଦସ୍ୟ ତଥା ଶ୍ରୀ ଈପିଲ ସାମଡ ସଭାପତି, ଆଦିବାସୀ ହୋ-ସମାଜ ଯୁବ ମହାସଭା, ଚାଇଁବାସା, ହୋ- ସାହିତ୍ୟିକାର ଶ୍ରୀ ଜବାହରଲାଲ ବାଙ୍କିରା ଓ ଅଧ୍ୟକ୍ଷ ଆଦିବାସୀ ହୋ-ଭାଷା ଲେଖକ ସଂଘ, ଏବଂ ଶ୍ରୀ ଯଦୁନାଥ ତିୟୁ, ପୂର୍ବତନ ସାଧାରଣ ସମ୍ପାଦକ, ଆଦିବାସୀ ହୋ ସମାଜ ମହାସଭା, ଜଗନ୍ନାଥ ହେସା ଯୁଗ୍ମ ସଚିବ ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ଓ ଶ୍ରୀମତୀ ପାର୍ବତୀ ପୂର୍ତି, ଓଡିଶା ମହିଲା କଂଗ୍ରେସ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

